143 Views
ୱାଶିଂଟନ, ଅକ୍ଟୋବର ୨୩ : ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ କରୋନା ଭାଇରସ ଚିକିତ୍ସା ଲାଗି ଆଣ୍ଟିଭାଇରାଲ ଡ୍ରଗ୍ସ ରେମଡେସିଭିରକୁ ପୂରା ମଂଜୁରୀ ଦେଇଛି । କାଲିଫୋର୍ଣ୍ଣିଆର ଜିଲିୟଡ ସାଇନସେଜ ଦ୍ୱାରା ପ୍ରସ୍ତୁତ ଔଷଧକୁ ଏବେ ପର୍ଯ୍ୟନ୍ତ କୋଭିଡ-୧୯ରେ ଗୁରୁତର ରୋଗୀଙ୍କୁ ଦିଆଯାଉଥିଲା । କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ଟ୍ରମ୍ପ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ସେହି ସମୟରେ ତାଙ୍କୁ ଏହି ଔଷଧ ଦିଆଯାଇଥିଲା ।
ରେମଡେସିଭିର ଏଭଳି ଔଷଧ ଯାହାକୁ ସ୍ୱାସ୍ଥ୍ୟ ସଂସ୍ଥା ହସ୍ପିଟାଲରେ ଭର୍ତ୍ତି କରୋନା ଭାଇରସରେ ପୀଡ଼ିତ ରୋଗୀଙ୍କୁ ଦେବାଲାଗି ମଂଜୁରୀ ଦେଇଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥର ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ରେମଡେସିଭିରରେ କରୋନା ଭାଇରସ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବାର ୫ ଦିନ ପର୍ଯ୍ୟନ୍ତ ଓ ମୃତ୍ୟୁ ରିକ୍ସ ୩୦ ପ୍ରତିଶତ କମ ହୋଇଯାଇଛି । ରେମଡେସିଭିରକୁ ଗିଲେଡ ସାଇନସେଜ ଇବୋଲା ଚିକିତ୍ସା ଲାଗି ବିକଶିତ କରାଯାଇଥିଲା ।