Sat. Jan 11th, 2025

କରୋନା ଭାଇରସ: ଆମେରିକାରେ ମୃତ୍ୟୁ ସଂଖ୍ୟା ଲକ୍ଷେ ୭୦ ହଜାର, ବିଶ୍ୱରେ ୭.୫୨ ଲକ୍ଷ

By amfnews Aug 14, 2020 #Featured
151 Views

ନୂଆଦିଲ୍ଲୀ, ଅଗଷ୍ଟ ୧୪  : ମହାମାରୀ କରୋନା ଭାଇରସ ଯୋଗୁଁ ରବିବାର ସକାଳ ୭ଟା ସୁଦ୍ଧା ବିଶ୍ୱରେ ୨ କୋଟି ୧୦ ଲକ୍ଷ ୬୯ ହଜାର ୫୬୮ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୭ ଲକ୍ଷ ୫୨ ହଜାର ୭୨୯  ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା କୋଟିଏ ୩୯ ଲକ୍ଷ ୫୫୭୮୬୩ ଜଣ ସୁସ୍ଥ ହୋଇଥିବା ବେଳେ ୬୪ ଲକ୍ଷ ୧୫ ହଜାର ୮୧୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୪ ହଜାର ୬୪୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସ ଅଧିକ କାୟା ବିସ୍ତାର କରିଛି । ଏଠାରେ ୫୪ ଲକ୍ଷ ୧୪ ହଜାର ୭୪୭ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୭୦ ହଜାର ୩୮୧ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨୮ ଲକ୍ଷ ୩୮ ହଜାର ୩୮୮ ଜଣ ସୁସ୍ଥ ହୋଇଥିବା ବେଳେ ୨୪ ଲକ୍ଷ ୫ ହଜାର ୯୭୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୬ ହଜାର ୬୪୦ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୩୨ ଲକ୍ଷ ୨୯ ହଜାର ୬୨୧  ସଂକ୍ରମିତ, ୧ ଲକ୍ଷ ୫ ହଜାର ୫୬୪ ମୃତ

ଋଷିଆ: ୯ ଲକ୍ଷ ୭ ହଜାର ୭୫୮  ସଂକ୍ରମିତ, ୧୫ ହଜାର ୩୮୪ ମୃତ

ଦକ୍ଷିଣ ଆଫ୍ରିକା: ୫ ଲକ୍ଷ ୭୨ ହଜାର ୮୬୫ ସଂକ୍ରମିତ, ୧୧ ହଜାର ୨୭୦ ମୃତ

ପେରୁ: ୪ ଲକ୍ଷ ୯୮ ହଜାର ୫୫୫ ସଂକ୍ରମିତ, ୨୧ ହଜାର ୭୧୩ ମୃତ

ମେକ୍ସିକୋ: ୪ ଲକ୍ଷ ୯୮ ହଜାର ୩୮୦ ସଂକ୍ରମିତ, ୫୪ ହଜାର ୬୬୬ ମୃତ

କଲୋମ୍ବିଆ: ୪ ଲକ୍ଷ ୩୩ ହଜାର ୮୦୫ ସଂକ୍ରମିତ, ୧୪ ହଜାର ୧୪୫ ମୃତ 

ଚିଲି: ୩ ଲକ୍ଷ ୮୦ ହଜାର ୩୪ ସଂକ୍ରମିତ, ୧୦ ହଜାର ୨୯୯ ମୃତ

ସ୍ପେନ: ୩ ଲକ୍ଷ ୭୯ ହଜାର ୭୯୯ ସଂକ୍ରମିତ, ୨୮ ହଜାର ୬୦୫ ମୃତ

ପାକିସ୍ତାନ: ୨ ଲକ୍ଷ ୮୬ ହଜାର ୬୭୪  ସଂକ୍ରମିତ, ୬ ହଜାର ୧୩୯ ମୃତ

By amfnews

Related Post