Mon. Mar 9th, 2026

କରୋନା ପାଇଁ ୟୁନିଟ-୧ ହାଟ ରାଜମହଲକୁ ସ୍ଥାନାନ୍ତର

339 Views

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆବଶ୍ୟକ ଜିନିଷକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ତେବେ ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିଛି।  ହେଲେ ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁନେଶ୍ୱର ସ୍ଥିତ  ୟୁନିଟ୍‌-୧ ହାଟକୁ ରାଜମହଲ ଛକକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି।

ୟୁନିଟ-୧ ହାଟର ପରିବା ବ୍ୟବସାୟୀ ଏଜି ଛକରୁ ରାଜମହଲ ମଧ୍ୟରେ ବସିବେ।  ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ମଧ୍ୟ କିଛି ବ୍ୟବସାୟୀ ବସିବେ। ହାଟରେ ଗହଳି ହେଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।  ତୁରନ୍ତ ହାଟ ଖାଲି ପାଇଁ ବ୍ୟବସାୟୀମାନଙ୍କୁ ବିଏମ୍‌ସି ନିର୍ଦ୍ଦେଶ ଦେଇଛି। ମହାମାରୀ କରୋନା ପାଇଁ ହାଟକୁ ୪୫ ଦିନ ଲାଗି ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି।

By amfnews

Related Post