Mon. Dec 23rd, 2024

କରୋନା ନିୟମ ଉଲ୍ଲଂଘନ କଲେ ବ୍ୟକ୍ତି, ତାନାଶାହାଙ୍କ ନିର୍ଦ୍ଦେଶରେ ଗୁଳି କରି ହତ୍ୟା!

By amfnews Dec 5, 2020 #Featured
115 Views

ପ୍ୟୋଙ୍ଗୟାଙ୍ଗ, ଡିସେମ୍ବର ୦୫ : ଉତ୍ତର କୋରିଆର ତାନାଶାହ କିମ ଜଙ୍ଗ ଉନଙ୍କ କ୍ରୁର ଚେହେରା ପୁଣି ଥରେ ପଦାରେ ପଡିଛି । ଏଥର କରୋନା ଭାଇରସ ଲାଗି କରାଯାଇଥିବା ନିୟମ ଉଲ୍ଲଂଘନ କରିଥିବା ଜଣେ ବ୍ୟକ୍ତିଙ୍କୁ ସର୍ବସାଧାରଣରେ ଗୁଳିକରି ହତ୍ୟା କରାଯାଇଥିବା ଗଣମାଧ୍ୟମ ରିପୋର୍ଟ କରିଛି । ଏତଦ ବ୍ୟତୀତ ଲୋକଙ୍କୁ ଡରାଇବା ପାଇଁ ଉତ୍ତର କୋରିଆ ଚୀନ ସୀମାରେ ଆଣ୍ଟି ଏୟାରକ୍ରାଫ୍ଟ ଗନ ମୁତୟନ କରାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କୁ ଗୁଳି ମାରିବାକୁ ନିର୍ଦ୍ଦେଶ ହୋଇଛି । ତାନାଶାହଙ୍କ ଏଭଳି ନିର୍ଦ୍ଦେଶକୁ ନେଇ ଲୋକେ ଭୟଭୀତ ହୋଇଯାଇଛନ୍ତି । 

ରେଡିଓ ଫ୍ରି ଏସିଆ ସୂତ୍ରରୁ ଡେଲିମେଲ ନିଜର ରିପୋର୍ଟରେ କହିଛି ଯେ ନଭେମ୍ବର ୨୮ରେ ଉତ୍ତର କୋରିଆର ସେନା ତାନାଶାହ କିମ ଜଙ୍ଗ ଉନଙ୍କ ଆଦେଶରେ ଜଣେ ବ୍ୟକ୍ତିଙ୍କୁ ସର୍ବସାଧାରଣରେ ଗୁଳିମାରି ହତ୍ୟା କରିଛି । ସଂପୃକ୍ତ ବ୍ୟକ୍ତି କରୋନା ନିୟମ ଉଲ୍ଲଂଘନ କରି ଚୀନରୁ ଜିନିଷ ଯୋଗାଣ କରିବା ସମୟରେ ଧରାପଡ଼ିଥିଲେ । କରୋନା ଭୟରେ ଉତ୍ତର କୋରିଆ ଗତ ମାର୍ଚ୍ଚ ପରଠାରୁ ଚୀନ ସୀମା ବନ୍ଦ କରିଦେଇଛି ।

By amfnews

Related Post