Sun. Nov 24th, 2024

କରୋନା ଟିକା ନେଇ ମୋର୍ଡେନା ସହିତ ହେବ ବୁଝାମଣା, ଦେବ ୧୦ କୋଟି ଡୋଜ: ଟ୍ରମ୍ପ

By amfnews Aug 12, 2020 #Featured
174 Views

ୱାଶିଂଟନ, ଅଗଷ୍ଟ ୧୨ : ମହାମାରୀ କରୋନା ସଂକଟ କାଳରେ ଅମେରିକାର ଚିନ୍ତା ବଢ଼ିଛି । ଏଭଳି ପରିସ୍ଥିତିରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର ଜରୁରୀକାଳୀନ ନିଷ୍ପତ୍ତି ନେଉଛନ୍ତି । ଏହି ପ୍ରସଙ୍ଗରେ ସେ କହିଛନ୍ତି ଆମେରିକା ପ୍ରଶାସନ ଟିକା ନିର୍ମାତା କଂପାନୀ ମୋର୍ଡେନା ସହିତ ବୁଝାମଣା କରିବାକୁ ଯାଉଛି । ଏହି ପ୍ରକ୍ରିୟା ପୂରା ହେବା ପରେ କଂପାନୀ କରୋନା ଭାଇରସକୁ ନେଇ ଟିକା ପ୍ରସ୍ତୁତ କରିବ, ଯାହାର କି ୧୦ କୋଟି ଡୋଜ ଉପଲବ୍ଧ କରାଇବ ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଆମେରିକାରେ ୬୬ ମିଲିୟନରୁ ଅଧିକ ଲୋକଙ୍କର ନମୁନା ପରୀକ୍ଷା ହୋଇଛି, ଏହା ବିଶ୍ୱର ଅନ୍ୟ ଯେକୌଣସି ଦେଶ ତୁଳନାରେ ସର୍ବାଧିକ । ସେ କହିଛନ୍ତି, ଟ୍ରମ୍ପ ପ୍ରଶାସନ କରୋନାକୁ ପ୍ରତିହତ କରିବା ପାଇଁ କ୍ରମାଗତ ଭାବେ କାମ କରୁଛି । ଏଥି ଲାଗି ପ୍ରଶାସନ ଟିକା ନିର୍ମାତା କଂପାନୀ ମର୍ଡେନା ସହିତ ବୁଝାମଣା କରିବାକୁ ଯାଉଛି ।

ଟ୍ରମ୍ପ କହିଛନ୍ତି, ବୁଝାମଣା ନେଇ କଂପାନୀ ସହିତ ଲଗାତାର କଥାବାର୍ତ୍ତା ଚାଲିଛି । ଏହି ପ୍ରକ୍ରିୟା ଚୂଡ଼ାନ୍ତ ସରରେ ପହଂଚିସାରିଛି । ସେ କହିଛନ୍ତି ଯେ, ମୋର୍ଡେନା କଂପାନୀ ଟିକାର ୧୦ କୋଟି ଡୋଜ ଦେବ । ଯୁକ୍ତରାଷ୍ଟ୍ର ସରକାର ଏହି ଟିକାର ମାଲିକ ହେବେ ।

By amfnews

Related Post