Wed. Dec 25th, 2024

କରୋନା ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ମଂଜୁରୀ ମାଗିଲା ଫାଇଜର

By amfnews Dec 6, 2020 #Featured
139 Views

ନୂଆଦିଲ୍ଲୀ, ଡିସେମ୍ବର ୦୬ : ରୁଷିଆର ରାଜଧାନୀ ମସ୍କୋରେ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ସହିତ ଭାରତର ଲୋକଙ୍କ ଲାଗି ମଧ୍ୟ ବଡ଼ ଖୁସିଖବର ଆସିଛି । ଔଷଧ ଉତ୍ପାଦନକାରୀ କଂପାନୀ ଫାଇଜରର ଭାରତୀୟ ଶାଖା ନିଜ ଦ୍ୱାରା ବିକଶିତ କୋଭିଡ-୧୯ ଟିକାର ଜରୁରୁୀକାଳୀନ ବ୍ୟବହାର ଔପଚାରିକ ଭାବେ ମଂଜୁରୀ ଲାଗି ଭାରତୀୟ ଔଷଧୀ ମହାନିୟନ୍ତ୍ରକ (ଡିସିଜିଆଇ) ନିକଟରେ ଆବେଦନ କରିଛି । 

ବିଶ୍ୱସ୍ତ୍ର ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଔଷଧ ନିୟାମକ ଆବେଦନ କରିଛି ଯେ କଂପାନୀ ଦେଶରେ ଟିକାର ଆମଦାନୀ ଓ ବିତରଣରେ ମଂଜୁରୀ ଦେବାକୁ ଅନୁରୋଧ କରିଛି । ଏହା ବ୍ୟତୀତ ଔଷଧ ଓ କ୍ଲିନିକାଲ ପରୀକ୍ଷଣ ନିୟମ, ୨୦୧୯ର ସ୍ୱତନ୍ତ୍ର ବ୍ୟବସ୍ଥା ଅନୁସାରେ ଭାରତର ଜନସଂଖ୍ୟାରେ କ୍ଲିନିକାଲ ପରୀକ୍ଷଣ ରିହାତି ଦିଆଯିବାକୁ ମଧ୍ୟ ଅନୁରୋଧ କରିଛି ।   

ଏକ ସୂତ୍ର ଅନୁସାରେ ଫାଇଜର ଇଣ୍ଡିଆ ଭାରତରେ ଏହାର କୋଭିଡ-୧୯ ଟିକାର ଜରୁରୀକାଳୀନ ଉପଯୋଗର ମଂଜୁରୀ ଲାଗି ଡିସେମ୍ବର ୪ରେ ଡିଜିସିଆଇ ନିକଟରେ ଆବେଦନ କରିଛି । ବ୍ରିଟେନ ବୁଧବାର ଫାଇଜରର କୋଭିଡ-୧୯ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅସ୍ଥାୟୀ ମଂଜୁରୀ ପ୍ରଦାନ କରିଥିଲା । ବ୍ରିଟେନ ପରେ ବାହାରିନ ଶୁକ୍ରବାର ବିଶ୍ୱର ୨ୟ ଦେଶ ହୋଇଯାଇଛି । ଜେନିଭା ଔଷଧ ନିର୍ମାତା କଂପାନୀ ଫାଇଜର ଓ ଏହାର ଜର୍ମାନୀ ସହଯୋଗୀ ବାୟୋଏନଟେକ ଦ୍ୱାରା ବିକଶିତ କୋଭିଡ-୧୯ ଟିକାର ଜରୁରୀକାଳୀନ ବ୍ୟବହାର ଔପଚାରିକ ମଂଜୁରୀ ଦେଇଛି । ଔଷଧ କଂପାନୀ ପ୍ରଥମରୁ ହିଁ ଆମେରିକାରେ ଏହା ମଂଜୁରୀ ଲାଗି ଆବେଦନ କରିସାରିଛି । 

By amfnews

Related Post