Fri. Mar 6th, 2026

କରୋନା ଚିକିତ୍ସା ପାଇଁ ଭାରତୀୟ ଫାର୍ମା କମ୍ପାନୀର ଆଭିଗାନ୍ ଅନୁମୋଦିତ, 42ଟି ସହରରେ ହେବ ହୋମ ଡେଲିଭେରୀ

236 Views

ନୂଆଦିଲ୍ଲୀ, ଅଗଷ୍ଟ ୨୦ : କରୋନା ଚିକିତ୍ସା ପାଇଁ ଭାରତୀୟ ପ୍ରମୁଖ ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀ ଲାବୋରେଟୋରିଜର 200 ମିଗ୍ରା ଟାବଲେଟ୍ ଆଭିଗାନ୍ ଟାବଲେଟ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଦ୍ୱାରା ଅନୁମୋଦିତ ହୋଇଛି  । ଔଷଧର ତ୍ୱରିତ ପ୍ରବେଶକୁ ସୁନିଶ୍ଚିତ କରିବା ପାଇଁ ଡକ୍ଟର ରେଡ୍ଡୀ କହିଛନ୍ତି ଯେ ଏହା ଦେଶର 42ଟି ସହରରେ ଏକ ମାଗଣା ହୋମ ଡେଲିଭେରୀ ସେବା ଆରମ୍ଭ କରିଛି  । ସେଥିଲାଗି ସୋମବାର ଠାରୁ ଶନିବାର ସକାଳ 9ଟାରୁ ରାତି 9ଟା ମଧ୍ୟରେ ଏକ ଟୋଲଫ୍ରି ନମ୍ବର ଓ ମେଲ ମାଧ୍ୟମରେ ଯୋଗାଯୋଗ କରିହେବ । ଉକ୍ତ ଔଷଧକୁ 1800-267-0810 / www.readytofightcovid.inରେ କରୋନା ଆକ୍ରାନ୍ତ ମଗାଇପାରିବେ । ଔଷଧ ବାବଦରେ କମ୍ପାନୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ.ଭି ରାମନା କହିଛନ୍ତି ଯେ, ଏହି ଗୁରୁତ୍ବପୂର୍ଣ୍ଣ ଔଷଧକୁ ରୋଗୀମାନଙ୍କ ନିକଟକୁ ଆଣିବାରେ ଆମେ ଆନନ୍ଦିତ। ଉଚ୍ଚ ଗୁଣବତ୍ତା ଏବଂ କାର୍ଯ୍ୟକାରିତାସୁଲଭତା ଏବଂ ଉନ୍ନତ ରୋଗ ପରିଚାଳନା ଆବଶ୍ୟକତା ଆମ ପାଇଁ ପ୍ରମୁଖ ପ୍ରାଥମିକତା ଅଟେ। ଆମେ ବିଶ୍ୱାସ କରୁ ଯେ ଆଭିଗାନ୍ COVID-19କୁ ଏକ ପ୍ରଭାବଶାଳୀ ଚିକିତ୍ସା ବିକଳ୍ପ ପ୍ରଦାନ କରିବ। ଏହା ପୂର୍ବରୁ ମଧ୍ୟ କରୋନା ଚିକିତ୍ସା କରୁଥିବା ମେଡିସିନ୍‌ ଫାଭିପିରାଭିର ଜେନେରିକ ଭର୍ସନ୍‌କୁ କେତେକ କମ୍ପାନୀ ଅଲଗା ଅଲଗା ନାଁରେ ଲଞ୍ଚ୍‌ କରିସାରିଛନ୍ତି।

By amfnews

Related Post