Fri. Mar 6th, 2026

କରୋନା କାଳରେ ପ୍ରବାସୀଙ୍କ ସହଯୋଗୀତାକୁ ପ୍ରଶଂସା କଲେ ନରେନ୍ଦ୍ର ମୋଦୀ

414 Views

ଦିଲ୍ଲୀ,ଜାନୁଆରୀ ୦୯ : ୧୬ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ଭୋଧନ ଦେଇ କହିଛନ୍ତି ଯେ କରୋନା ମହାମାରୀ ସଙ୍କଟ ସମୟରେ ଭାରତୀୟମାନେ ପ୍ରଶଂସାଯୋଗ୍ୟ କାମ କରିଛନ୍ତି । ପ୍ରବାସୀ ଭାରତୀୟମାନେ ମାଟି ମା\’ଠାରୁ ଦୂରରେ ରହିଥିଲେ ବି ସେମାନଙ୍କ ମନରେ ଦେଶ ପ୍ରତି ଶ୍ରଦ୍ଧା ଏବଂ ସମ୍ମାନ ରହିଛି । 

ସେମାନେ ପାଖପଡ଼ୋଶୀଙ୍କୁ ସହାୟତା କରିବା ସହିତ ମହାନ୍ ସେବା ମନୋଭାବର ପ୍ରଦର୍ଶନ କରିଛନ୍ତି । ଯେବେ ବି ଭାରତର ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠିଛି ସେବେ ଭାରତବାସୀ ଏହାକୁ ଭୁଲ୍ ପ୍ରମାଣିତ କରି ନିଜର ଦକ୍ଷତାର ପ୍ରଦର୍ଶନ କରିଥିବା ମୋଦି କହିଛନ୍ତି। ଭାରତବାସୀ ପୃଥିବୀର ଯେଉଁ ଅଞ୍ଚଳରେ ଥିଲେ ବି ସବୁବେଳେ ବିଶ୍ୱ ସମୁଦାୟ ପାଇଁ ନୂଆ ଉଦାହରଣ ହିଁ ସୃଷ୍ଟି କରିଥାନ୍ତି। 

By amfnews

Related Post