Mon. Dec 23rd, 2024

କରୋନା କାଳରେ ଗ୍ରାହକ ସାଜି ଦୋକାନକୁ ଆସିଲେ ଦୁର୍ବୃତ୍ତ, ଲୁଟିନେଲେ ୩୫ ଲକ୍ଷ ଟଙ୍କାର ଗହଣା

By amfnews Sep 12, 2020 #Featured
181 Views

ଆଲିଗଡ଼, ସେପ୍ଟେମ୍ବର ୧୨ : କରୋନା ଭାଇରସ ସଂକଟ ସମୟରେ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ମାସ୍କ ପିନ୍ଧନ୍ତୁ, ହାତ ଧୂଅନ୍ତୁ ଓ ସାନିଟାଇଜର ପାଖରେ ରଖନ୍ତୁ । କୌଣସି କାମ କରିବା ପୂର୍ବରୁ ପ୍ରଥମେ ହାତକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଉତ୍ତର ପ୍ରଦେଶର ଆଲିଗଡ଼ଷର ଶୁକ୍ରବାର ଅପରାହ୍ନରେ ଦୁର୍ବୃତ୍ତମାନେ ବନ୍ନାଦେବୀସ୍ଥିତ ଏକ ଗହଣା ଦୋକାନକୁ ଗ୍ରାହକ ହୋଇ ପହଂଚିଥିଲେ । ଏମାନଙ୍କ ପୋଷାକପତ୍ର ସାଧାରଣ ଥିଲା । ସେଥିପାଇଁ ଦୋକାନୀ ତାଙ୍କୁ ସଂଦେହ କରି ନଥିଲେ । ଦୋକାନରେ ଥିବା ଜଣେ ବ୍ୟକ୍ତି ଦୁର୍ବୃତ୍ତମାନଙ୍କୁ ହାତ ସଫ କରିବା ଲାଗି ସାନିଟାଇଜ ଦେଇଥିଲେ । ଦୁର୍ବୃତ୍ତମାନେ ହାତ ସାନିଟାଇଜ କଲେ ।

ଏହା ପରେ ଦୁର୍ବୃତ୍ତମାନେ କିଛି ସୁନା ଗହଣା ଧରି ଘଟଣାସ୍ଥଳରୁ ହଠାତ ଫେରାର ହୋଇଯାଇଥିଲେ । ଘଟଣା ପରେ ଆଇଜି ସମେତ ପୋଲିସର ବରିଷ୍ଠ ଅଧିକାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଉଦ୍ୟମ କରୁଛି ।

ଆଲିଗଡ଼ ଥାନା ଅନ୍ତର୍ଗତ ବନ୍ନାଦେବୀ ଅଂଚଳରେ ସାରସୌଲ ଛକ ନିକଟରେ ସୁନ୍ଦର ଜ୍ୱେଲର୍ସରୁ ଅପରାହ୍ନ ଗୋଟିଏରେ ଏହି ଲୁଟ ହୋଇଛି । ପାଖାପାଖି ୩୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୫୦ ହଜାର ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।

By amfnews

Related Post