Wed. Dec 25th, 2024

କରୋନା: ଆମେରିକାରେ ନେଲାଣି ୧.୯୨ ଲକ୍ଷ ଲୋକଙ୍କ ଜୀବନ, ୬୪ ଲକ୍ଷ ଆକ୍ରାନ୍ତ

By amfnews Sep 6, 2020 #Featured
168 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୬ : ମହାମାରୀ କରୋନା ଭାଇରସ  ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକ କାୟା ବିସ୍ତାର କରିଛି । ଏଠାରେ ୬୪ ଲକ୍ଷ ୩୧ ହଜାର ୧୪୩ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୯୨ ହଜାର ୮୧୮ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩୭ ଲକ୍ଷ ୭ ହଜାର ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୩୧ ହଜାର ୩୨୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୯୪୨ ଜଣ ଗୁରୁତର ଅଛନ୍ତି ।

ଭାଇରସ ଯୋଗୁଁ ରବିବାର ସକାଳ ୬ଟା ୩୦ ସୁଦ୍ଧା ବିଶ୍ୱରେ ୨ କୋଟି ୭୦ ଲକ୍ଷ ୪୭ ହଜାର ୬୩ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୮ ଲକ୍ଷ ୮୩ ହଜାର ୧୦ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା କୋଟିଏ ୯୧ ଲକ୍ଷ ୪୭ ହଜାର ୭୯୫ ଜଣ ସୁସ୍ଥ ହୋଇଥିବା ବେଳେ ୭୦ ଲକ୍ଷ ୧୬  ହଜାର ୨୫୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୦ ହଜାର ୮୪୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଋଷିଆ: ୧୦ ଲକ୍ଷ ୨୦ ହଜାର ୩୧୦ ସଂକ୍ରମିତ, ୧୭ ହଜାର ୭୫୯ ମୃତ

ପେରୁ: ୬ ଲକ୍ଷ ୭୬ ହଜାର ୮୪୮ ସଂକ୍ରମିତ, ୨୯ ହଜାର ୫୫୪ ମୃତ

କଲୋମ୍ବିଆ: ୬ ଲକ୍ଷ ୫୮ ହଜାର ୪୫୬ ସଂକ୍ରମିତ, ୨୧ ହଜାର ୧୫୬ ମୃତ 

ଦକ୍ଷିଣ ଆଫ୍ରିକା: ୬ ଲକ୍ଷ ୩୬ ହଜାର ୮୮୪ ସଂକ୍ରମିତ, ୧୪ ହଜାର ୭୭୯ ମୃତ

ମେକ୍ସିକୋ: ୬ ଲକ୍ଷ ୨୩ ହଜାର ୯୦ ସଂକ୍ରମିତ, ୬୬ ହଜାର ୮୫୧ ମୃତ

ସ୍ପେନ: ୫ ଲକ୍ଷ ୧୭ ହଜାର ୧୩୩ ସଂକ୍ରମିତ, ୨୯ ହଜାର ୪୧୮ ମୃତ 

ଆର୍ଜେଣ୍ଟିନା: ୪ ଲକ୍ଷ ୭୧ ହଜାର ୮୦୬ ସଂକ୍ରମିତ, ୯ ହଜାର ୭୩୯ ମୃତ

ପାକିସ୍ତାନ: ୨ ଲକ୍ଷ ୯୮ ହଜାର ୨୫ ସଂକ୍ରମିତ, ୬ ହଜାର ୩୪୦ ମୃତ

By amfnews

Related Post