Sat. Mar 7th, 2026

କରୋନାଭାଇରସ୍‌ ସଂକ୍ରମଣ ଆଶଙ୍କାରେ ଦେଶ ମଧ୍ୟକୁ ତୀର୍ଥଯାତ୍ରୀଙ୍କ ପ୍ରବେଶ ନିଷେଧ କଲା ସାଉଦି ଆରବ

246 Views

ନୂଆଦିଲ୍ଲୀ: ‘ଉମ୍‌ରାହ୍‌’ (ତୀର୍ଥ) କିବାଂ ମଦିନାରେ ଥିବା ମହାପୁରୁଷ ମହମ୍ମଦଙ୍କ ମସ୍‌ଜିଦ୍‌ ଦର୍ଶନ ନିମନ୍ତେ ବିଦେଶୀ ନାଗରିକମାନଙ୍କୁ ଦେଶ ମଧ୍ୟକୁ ଛଡ଼ାଯିବ ନାହିଁ ବୋଲି ଗୁରୁବାର ଦିନ ସାଉଦି ଆରବ କହିଛି। କରୋନାଭାଇରସ୍‌ ସଂକ୍ରମଣ ଆଶଙ୍କା ଥିବାରୁ ସାମୟିକ ଭାବେ ଏହି ନିଷିଦ୍ଧାଦେଶ ଜାରି କରାଯାଇଛି।

ସେଠାକାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଜାରି କରିଥିବା ନିୟମାବଳୀକୁ ଆଧାର କରି ସାଉଦି ଆରବର ବୈଦେଶିକ ବ୍ୟାପାର ମନ୍ତ୍ରୀ ଟୁଇଟ୍‌ କରି ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି। ଏହାଛଡ଼ା ଟୁରିଷ୍ଟ୍‍ ଭିସାରେ ଆସୁଥିବା କରୋନାଭାଇରସ୍‌ ସଂକ୍ରମଣରେ ପ୍ରପୀଡ଼ିତ ଦେଶର ନାଗରିମାନଙ୍କୁ ମଧ୍ୟ ସାଉଦି ଆରବ ମଧ୍ୟକୁ ଛଡ଼ାଯିବ ନାହିଁ।

ଏଥିସହ ସାଉଦି ଆରବ ଓ ଉପସାଗରୀୟ ଅଞ୍ଚଳର ନାଗରିକଙ୍କ ଲାଗି ମଧ୍ୟ କେତେକ କଟକଣା ଲାଗୁ କରାଯାଇଛି। ଏହି ଅଞ୍ଚଳର ଅଧିବାସୀମାନେ ଜାତୀୟ ପରିଚୟ ପତ୍ର ବ୍ୟବହାର କରି ସାଉଦି ଆରବ ବାହାରକୁ ଯାତାୟାତ କରନ୍ତି। ସେମାନଙ୍କ ପରିଚୟ ପତ୍ର ସାମୟିକ ଭାବେ ରଦ୍ଦ କରାଯାଇଛି।

ଏହି ପରିଚୟ ପତ୍ର ଜରିଆରେ ‘ଗଲ୍‌ଫ୍‌ କୋଅପରେସନ୍‌ କାଉନ୍‌ସିଲ୍‌’ ଦେଶସମୂହର କେତେକ ନାଗରିକ ସାଉଦୀ ଆରବରେ ରହୁଛନ୍ତି। ସେମାନେ ଚାହିଁଲେ ଏହି ପରିଚୟ ପତ୍ର ବ୍ୟବହାର କରି ନିଜ ଦେଶକୁ ଫେରିଯାଇ ପାରିବେ।

By amfnews

Related Post