Sat. Nov 23rd, 2024

କରୋନାଜନିତ ମୃତକଙ୍କ ସଂଖ୍ୟା ୯୭ରେ ପହଞ୍ଚିଲା, ଆଜି ୬ ସଂକ୍ରମିତଙ୍କର ମୃତ୍ୟୁ

By amfnews Jul 20, 2020 #Featured
101 Views

ଭୁବନେଶ୍ବର : ଆଜି ରାଜ୍ୟରେ ୬୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚିଛି। ଉପରୋକ୍ତ ୬ମୃତକଙ୍କ ମଧ୍ୟରୁ ୫ ଗଞ୍ଜାମ ଜିଲ୍ଲାର ଓ ଗଜପତିରୁ ଜଣେ ଆକ୍ରାନ୍ତ ଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅଧିକ ତଥ୍ୟ ପ୍ରଦାନ କରାଯାଇଛି।

ଏମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ ମଧ୍ୟ ମଧୁମେହରେ ପୀଡ଼ିତ ଥିଲେ | ଅନ୍ୟଜଣେ ମୃତକ ଗଞ୍ଜାମ ଜିଲ୍ଲାର ଜଣେ ୪୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡ଼ିତ ଥିଲେ | ଏହାଛଡ଼ା ଗଞ୍ଜାମ ଜିଲ୍ଲାର ଜଣେ ୫୨, ୫୪ ବର୍ଷ ବୟସ୍କ ଓ ୪୦ ବର୍ଷ ବୟସ୍କ ୩ଜଣ ପୁରୁଷ ଥିବା ଜଣାଯାଇଛି| ୫୨ବର୍ଷ ବୟସ୍କ ପୁରୁଷ ମଧ୍ୟ ମଧ୍ୟ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଥିଲେ | ଅନ୍ୟ ମୃତକ ଜଣକ ଗଜପତି ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କା ମହିଳା, ଯିଏ ମଧୁମେହରେ ମଧ୍ୟ ପୀଡ଼ିତ ଥିଲେ। ଏବେ ଗଞ୍ଜାମ ଜିଲ୍ଲାର ମୃତକଙ୍କ ସଂଖ୍ୟା ସର୍ବାଧିକ ୫୯ରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ, ଆଜି ରାଜ୍ୟରେ ୬୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୩ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୨,୪୫୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୩୩ ରହିଛି।

By amfnews

Related Post