Fri. Mar 6th, 2026

କରୋନା ମୁକ୍ତ ହେଲେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ

237 Views

ନୂଆଦିଲ୍ଲୀ: ଗତ ଏକ ମାସ ହେଲା କରୋନାଭାଇରସ୍ ରୋଗରେ ଆକ୍ରାନ୍ତ ଥିବା  ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବେ ସଂପୂର୍ଣ୍ଣ ଭାବରେ କରୋନା ଭୂତାଣୁ ମୁକ୍ତ ହୋଇଛନ୍ତି। ସୁସ୍ଥ ହେବା ପରେ ସେ ଆଜିଠାରୁ କାର୍ଯ୍ୟ ଆରମ୍ଭ କରିବେ ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ଟୁଇଟରେ ଲେଖାଯାଇଛି ଯେ, “ଆମର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ଆଜିଠାରୁ କାର୍ଯ୍ୟରେ ଯୋଗଦେବେ | ସେ ସବୁବେଳେ ଡାକ୍ତରଖାନା ପରିଦର୍ଶନ କରି ସ୍ୱାସ୍ଥ୍ୟ କର୍ମୀ ଏବଂ ରୋଗୀଙ୍କୁ ଭେଟୁଥିଲେ, ଯାହାଦ୍ବାରା ସେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିଲେ।  ଏବେ ଗୋଟିଏ ମାସ ପରେ ସେ ସୁସ୍ଥ ହୋଇ ଆଜି ପୁଣି କାର୍ଯ୍ୟରେ ଯୋଗଦେବାକୁ ଯାଉଛନ୍ତି | ସତ୍ୟେନ୍ଦ୍ରଙ୍କୁ ସ୍ୱାଗତ ଏବଂ ଶୁଭେଚ୍ଛା! ”।

ସୂଚନା ମୁତାବକ, ଜୁନ୍ ୧୭ରେ କୋଭିଡ୍ -୧୯ ପାଇଁ ପଜିଟିଭ୍ ପରୀକ୍ଷା କରିବା ପରେ ସାକେତର ମ୍ୟାକ୍ସ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ଲାଜମା ଦିଆଯାଇଥିଲା। ପ୍ଲାଜମା ଦିଆଯିବା ପରେ ତାଙ୍କ ଅବସ୍ଥା ଧିରେ ଧିରେ ସୁଧୁରିବା ଆରମ୍ଭ ହୋଇଥିଲା। ଏବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥିବା ବେଳେ ଆଜି ନିଜର କାମ ଆରମ୍ଭ କରିବେ ବୋଲି ଜଣା ପଡ଼ିଛି।

By amfnews

Related Post