94 Views
ଜୟପୁର, ଏପ୍ରିଲ 29 : କରୋନାରେ ଆକ୍ରାନ୍ତ ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ଗେହଲଟ। କୌଣସି ଲକ୍ଷଣ ନ ଥିଲେ ବି ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିଛି। କରୋନା ପ୍ରୋଟୋକଲ୍ ପାଳନ କରିବା ସହ ସେ ଆଇସୋଲେସନରେ ରହିଛନ୍ତି।
ଟ୍ୱିଟରେ ସେ କହିଛନ୍ତି ଯେ ଆଇସୋଲେସନରେ ରହିଥିବା ବେଳେ ମୁଁ ସୁସ୍ଥ ଅଛି । ସୁଚନା ଅନୁସାରେ ଦେଶରେ ୨୪ ଘଂଟା ମଧ୍ୟରେ ୩ ଲକ୍ଷ ୭୯ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ଆରମ୍ଭ ହେବାଦିନ ଠାରୁ ଏହା ସର୍ବାଧିକ ରେକର୍ଡ଼ ସୃଷ୍ଟି କରିଛି ।
ଫଳରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧.୮ କୋଟିରେ ପହଁଚିଛି । ଅପରପକ୍ଷରେ ୨୪ ଘଂଟାରେ ୩୬୪୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁ ସଂଖ୍ୟା ୨.୦୪ ଲକ୍ଷରେ ପହଁଚିଛି ।