Sat. Mar 7th, 2026

କରଞ୍ଜିଆ ଉପକାରାଗାରରୁ କଏଦି ଖସି ପଳାଇବା ପରେ ଜେଲରଙ୍କ ବଦଳି

370 Views

କରଞ୍ଜିଆ ଗୋଲେଇ: କରଞ୍ଜିଆ ଉପକାରାଗାରରୁ ଗତ ୧୬ ତାରିଖରେ ଆଜୀବନ ସଜା କାଟୁଥିବା କଏଦୀ ଭଗବାନ ଟୁଡୁ ଚମ୍ପଟ ମାରିଥିବା ଘଟଣାରେ ଆଜି କାର୍ଯ୍ୟାନୁଷ୍ଠାନ ହୋଇଛି। ଜେଲର ଲକ୍ଷ୍ମୀଧର ମୁର୍ମୁଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଉପେନ୍ଦ୍ର ଜେନା କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେହିପର ପୂର୍ବରୁ ୨ ଜଣ ଜେଲ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ସୁକାନ୍ତ ବେହେରା ଓ ଦିଲ୍ଲୀପ ମୁଖୀ। ନିଲମ୍ବନ ପରେ ୱାର୍ଡର ସୁକାନ୍ତ ବେହେରାଙ୍କ ଝୁଲନ୍ତା ମୃତଦେହ ଜଙ୍ଗଲରୁ ମିଳିଥିଲା।

By amfnews

Related Post