ଓଡ଼ିଶା,ଡିସେମ୍ବର 25 : କରୋନା କାଳରେ ସାମାଜିକ ଦୁରତା କୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ଦୂରତା ବଢିଯାଇଥିଲା । ହେଲେ ଏବେ ସରକାର ଧିରେ ଧିରେ ସବୁ ସ୍ଥିତି କୁ ଆଗପରି କାର୍ଯ୍ୟକରିବା ଆରମ୍ଭ କରିଦେଇଛନ୍ତି ।
ନିକଟରେ ବଡ଼ଦେଉଳ ଖୋଲିଥିବା ବେଳେ ଏବେ ମା ବିରଜା ଙ୍କ ମନ୍ଦିର ଖୋଲିବା କୁ ନିଷ୍ପତି ନିଆଯାଇଛି । ଏହି ମୁହୁର୍ତ୍ତ ଅନେକ ଭକ୍ତାଳୁ ବହୁତ ଦିନ ରୁ ଅପେକ୍ଷା କରି ରହିଥିଲେ । ଏବେ ସରକାରଙ୍କ ଘୋଷଣା କ୍ରମେ ଆସନ୍ତା ୨୯ରୁ ବିରଜା ମନ୍ଦିର ଖୋଲିବ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ମାଆଙ୍କୁ ଦର୍ଶନ କରିପାରିବେ ଭକ୍ତ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
ଭକ୍ତଙ୍କ ଗହଳି ଏଡାଇବା ପାଇଁ ଜାନୁଆରୀ ୧,୨ ଓ ୩ ତାରିଖ ମନ୍ଦିର ବନ୍ଦ ରହିବ । ତାପରେ ସର୍ବସାଧାରଣ ଦର୍ଶନ ପୁଣି ଚାଲିବ । କୋଭିଡ୍ କଟକଣାରେ ଭିତରେ ମାଆଙ୍କ ଦର୍ଶନ ଚାଲିବ । ଦୀର୍ଘ ୯ ମାସ ପରେ ମାଆଙ୍କୁ ଦର୍ଶନ କରିବେ ଭକ୍ତ । କରୋନା ମହାମାରୀ ଯୋଗୁ ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ ।