423 Views
ଭୁବନେଶ୍ୱର , ଜାନୁଆରୀ ୧୪ : କନ୍ଧମାଳ ସେବାଶ୍ରମର ଛାତ୍ରୀ ସନ୍ତାନ ପ୍ରସବ ଘଟଣା ଘଟିବା ପରେ ସରକାରଙ୍କ ଚେତା ପସିଛି । ଆଗକୁ ଯେପରି ଏମିତି କିଛି ନ ହୁଏ ସେ ନେଇ ଚେତିବା ସହ ପଦକ୍ଷେପ ନେଇଛନ୍ତି । ଏହା ସହ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପାଇଁ ଶୀଘ୍ର ଏକ ହଜାର ସ୍କୁଲରେ ସିସିଟିଭି ଲାଗିବା ନେଇ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି କି, ଘଟଣାରେ ରାଜ୍ୟ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୬ଜଣଙ୍କୁ ବହିଷ୍କାର କରାଯିବା ସହ ୪ଜଣଙ୍କୁ ସରକାର ନିଳମ୍ବନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରାୟ ୧ହଜାର ସ୍କୁଲରେ ସିସିଟିଭି କ୍ୟାମେରା ଲଗାଯିବ । ଆଗ୍ରାଧିକାର ଭିତିରେ ପ୍ରଥମେ ବାଳିକା ବିଦ୍ୟାଳୟମାନଙ୍କର ସିସିଟିଭି ଲାଗିବ ।
କଂଗ୍ରେସର ଟାର୍ଗେଟ
ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସେ କହିଛନ୍ତି କି, ଏଥି ପାଇଁ ବିଭାଗୀୟ ମନ୍ତ୍ରୀ ଦାୟୀ । ଏହା ଏକ ଦୁଃଖଦ ଘଟଣା । ରାଜ୍ୟରେ ଶାସନ ବୋଲି କିଛି ନାହିଁ । ନୈତିକତା ଦୃଷ୍ଟିରୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି ।