Fri. Mar 6th, 2026

କନ୍ଧମାଳ: ରାହୁଳ ନଦୀରୁ ୨ଜଣଙ୍କ ମୃତଦେହ ଉଦ୍ଧାର

371 Views

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମଲିପଡା ଗ୍ରାମ ନିକଟ ଦେଇ ଯାଇଥିବା ରାହୁଳ ନଦୀରୁ ରବିବାର ୨ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ନଦୀରେ ୨ଜଣଙ୍କ ମୃତଦେହ ଭାସୁଥିବା ଘଟଣା ପ୍ରଥମେ ସ୍ଥାନୀୟ ଲୋକେ ଦେଖିଥିଲେ। ଏହା ପରେ ସେମାନେ ଘଟଣା ସଂପର୍କରେ ପୁଲିସକୁ ସୂଚନା ଦେଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିର୍ଲା ପଞ୍ଚାୟତ ବିରିମିଲା ଗ୍ରାମର ପ୍ରମୋଦ ମାଝୀ (୪୦) ଏବଂ କବି ମୁଠାମାଝୀ (୪୫)ଙ୍କ ମୃତଦେହ ଉଦ୍ଧାର କରିଛି।

ଉଭୟ ପ୍ରମୋଦ ଏବଂ କବି ତୁମୁଡିବନ୍ଧର ମଲିପଡା ଗ୍ରାମକୁ ସକାଳୁ ଆସି ସନ୍ଧ୍ୟାରେ ଘରକୁ ଫେରିଥାନ୍ତି କିନ୍ତୁ ସେମାନେ ଶନିବାର ସନ୍ଧ୍ୟାରେ ଘରକୁ ଫେରି ନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରମୋଦ ଏବଂ କବି ଘରକୁ ନଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ। ସେମାନେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ। ଆଜି ସକାଳୁ ଉଭୟଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଛନ୍ତି।

By amfnews

Related Post