Sat. Mar 7th, 2026

କନ୍ଧମାଳ: ଜିଲ୍ଲା ବ୍ରାହ୍ମଣ ସମାଜର ଦୁଇ ଦିନିଆ ବାର୍ଷିକ ସମ୍ବିଳନୀ ଉଦଯାପିତ

504 Views

ଫୁଲବାଣୀ,13 Jan, 2019: କନ୍ଧମାଳ ଜିଲ୍ଲା ବ୍ରାହ୍ମଣ ସମାଜର ଦୁଇ ଦିନିଆ ବାର୍ଷିକ ସମ୍ବିଳନୀ ଶନିବାର ଉଦଯାପିତ ହୋଇ ଯାଇଛି। ଏହି ବାର୍ଷିକ ସମ୍ବିଳନୀ ଶନିବାର ଦିନ ଆରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ରାହ୍ମଣ ପରିବାରକୁ ଏକତ୍ରିତ କରିବାସହ ନିଜ ନିଜ ମଧ୍ୟରେ ସାହାଯ୍ୟ ସହାନୁଭୂତି ବଜାୟ ରଖିବା ଏହି ସମ୍ବିଳନୀର ମୁଖ୍ୟ ଉଦେଶ୍ୟରେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ଓ କେନ୍ଦ୍ର ସରକାର ଯେଉଁ ସାଧାରଣ ବର୍ଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଆଣିଛନ୍ତି । ସମାଜ ମଧ୍ୟରେ ଥିବା ବ୍ୟକ୍ତିଗତ, ସାମାଜିକ ସମସ୍ୟା ତଥା ରାଜନୀତି ଦୃଷ୍ଟି କୋଣରୁ ଆମର ସ୍ଥିତି ମଜଭୁତ ରଖିବା ପାଇଁ ଚର୍ଚ୍ଚା ହୋଇଥିଲା।

ସମାଜର ପତକା ଉତ୍ତୋଳନ କରାଯିବା ସହ ପୂଜା ହୋମ ବିଶ୍ୱଶାନ୍ତି କାର୍ଯ୍ୟକ୍ରମ ଓ ପ୍ରସାଦ ସେବନ କରାଯାଇଥିବା ବେଳେ ଆଜି ମାଦିକୁନ୍ଦା ଠାରୁ ଏକ ସଭାଯାତ୍ରା କରି ବ୍ରାହ୍ମଣ ସମାଜ କାର୍ଯ୍ୟାଳୟ ନିକଟକୁ ଯାଇଥିଲେ। ଏହା ସହ ବେଦଧୋନି କରି ସମାଜ ପତାକାକୁ ଅବତରଣ କରାଯଇଥିଲା। ଦୁଇ ଦିନିଆ ସମ୍ବିଳନୀରେ ରାଜ୍ୟ ମହାସଂଘ ର ସଭାପତି ଇ. ସିମାଞ୍ଚଳ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଥିବା ବେଳେ ସାନମାନିତା ଅତିଥି ଭାବେ ରାଜ୍ୟ ସମ୍ପାଦକ ରମପ୍ରସାଦ ଦାସ, ବକ୍ତା ଭାବେ ଅଧ୍ୟାପକ ଚିତ୍ତରଞ୍ଜନ ମିଶ୍ରଙ୍କ ସମେତ ବହୁ ଅତିଥି ଯୋଗ ଦେଇଥିଲେ ବୋଲି କହିଛନ୍ତି ଜିଲ୍ଲା ସଭାପତି ପିତାମ୍ବର ମିଶ୍ର ଓ ସମ୍ପାଦକ ବାଉରୀ ବନ୍ଧୁ ମିଶ୍ର।

By amfnews

Related Post