Fri. Mar 6th, 2026

କନେଷ୍ଟବଳଙ୍କ ଉପରେ ଚଢ଼ିଗଲା ଚୋରା କୋଇଲା ବୋଝେଇ ଟ୍ରକ୍‌

243 Views

ଭଦ୍ରକ : ରବିବାର ପ୍ରତ୍ୟୁଷରେ ବାସୁଦେବପୁର ରାସ୍ତାର ସାବରଙ୍ଗ ଫାଣ୍ଡି ଅଞ୍ଚଳରେ ପାଟ୍ରୋଲିଙ୍ଗ୍‌ ଦଳରେ ଥିବା ଜଣେ ପୁଲିସ କନେଷ୍ଟବଳଙ୍କ ଉପରେ ଚୋରା କୋଇଲା ନେଇ ଯାଉଥିବା ଗୋଟାଏ ଟ୍ରକ୍‌ ଚଢ଼ିଯାଇଛି। ଟ୍ରକ୍‌ ଚାପାରେ ଗୋଡ଼ ଭାଙ୍ଗି ଯାଇଥିବା ସେ କନେଷ୍ଟବଳ ହେଉଛନ୍ତି ଦିଗମ୍ବର ପାଣିଗ୍ରାହୀ। ଭୋର୍‌ ପ୍ରାୟ ୪: ୩୦ ବେଳେ ଦିଗମ୍ବର ସାମିଲ ହୋଇଥିବା ପୁଲିସ ପାଟ୍ରୋଲିଙ୍ଗ୍‌ ଟିମ୍‌ ଉକ୍ତ ଟ୍ରକ୍‌କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ଡ୍ରାଇଭର୍‌ ଟ୍ରକ୍‌କୁ ଅଟକାଇବା ସମୟରେ କୌଣସି କାରଣରୁ ଟ୍ରକ୍‌ ନିୟନ୍ତ୍ରଣ ବାହାରକୁ ଯାଇ କନେଷ୍ଟବଳ ଦିଗମ୍ବରଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୁଲିସ ଜବତ କରି ତା’ର ଡ୍ରାଇଭର୍‌କୁ ଅଟକ ରଖିଛି।

By amfnews

Related Post