Sat. Mar 7th, 2026

କଥା କୁହା ଫଟୋ ଟିଏ

403 Views

କଅଁଳ ବୟସରେ ପରିବାର ବୋଝ। ନିଜେ ଅଳି ଅର୍ଦଳି କରିବା ବୟସରେ ଛୋଟ ଭାଇ ଓ ଭଉଣୀଙ୍କ ଅଝଟ ସମ୍ଭାଳୁଛି। ଏକଥା ଭେଟିବା ବେଳକୁ ମୁଣ୍ଡ ଗୁଡୁମ ହୋଇଯାଉଛି। ବାସ୍ତବ ଜୀବନରେ ଏମିତି ଅଙ୍ଗେନିଭା କଥା ଦେଖିବାକୁ ମିଳିଛି ଜିଲ୍ଲା ସଦର୍ ମହକୁମା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ । ନିଜର ଶୈଶବକୁ ହଜାଇ ନିଜ ଛୋଟ ଭାଇ-ଭଉଣୀଙ୍କ ପାଇଁ ସାଜିଛନ୍ତି ମମତାର ମୂର୍ତ୍ତି।
ବାପା ଜଣେ ଦିନ ମଜୁରିଆ। ପ୍ରତିଦିନ କାମଦାମ କରି ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ପରିବାର। ବଡ଼ ଝିଅ କାନ୍ଧରେ ପରିବାର ବୋଝ। ଯେଉଁ ବୟସରେ କାନ୍ଧରେ ବହି ବସ୍ତାନି ରହିବା କଥା, ସେହି ବୟସରେ ମୁଣ୍ଡରେ କାଠ ବୋହି ଘରକୁ ଆଣୁଛି। ଘର ଝାଡଠୁ ଆରମ୍ଭ କରି ରୋଷେଇ କରୁଛି। ପୁଣି କୁନି କୁନି ଭାଇ ଭଉଣାକୁ ଖୁଆଇବା ପର୍ଯ୍ୟନ୍ତ ସବୁ କାମ କରୁଛି। କହିବାକୁ ଗଲେ ବଡ ଝିଅଟି ତାର ସାନ ଭାଇଭଉଣୀ ପାଇଁ ମାଆ ପାଲଟି ଯାଇଛି। ଆଉ ପାଠ ପଢିବାକୁ ଇଚ୍ଛା ଥିଲେ ମଧ୍ୟ ଭାଇ ଭଉଣୀଙ୍କ ଚିନ୍ତା ଝିଅ ଟିର ପାଦରେ ଶିକୁଳି ସାଜିଛି।

By amfnews

Related Post