ବୁଧବାର କଟକ ସହରରେ ଚିହ୍ନଟ ୭ ପଜିଟିଭ ଲୋକାଲ କଣ୍ଟାକ୍ଟ କେସ ବୋଲି ଜଣାଯାଇଛି । ୭ ଜଣଙ୍କ ମଧ୍ୟରୁ ୬ ଜଣ କ୍ୟାନସର ହସ୍ପିଟାଲ ଲିଙ୍କରେ ସଂକ୍ରମିତ । କାଠଗଡ଼ା ସାହିରୁ ଜଣେ ମହିଳା, ଥୋରିଆ ସାହିରୁ ଜଣେ ପୁରୁଷ, ନୂଆପାଟଣାରୁ ଦୁଇ ଜଣ ମହିଳା, ମଙ୍ଗଳାବାଗରୁ ଜଣେ ଯୁବକ ଓ ଜଗତପୁରରୁ ଜଣେ ବ୍ୟକ୍ତି କ୍ୟାନସର ହସ୍ପିଟାଲ ଲିଙ୍କରେ ସଂକ୍ରମିତ ହୋଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ମହାନଦୀବିହାରରୁ ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ।
ପ୍ରକାଶ ଯେ, ରାଜ୍ୟରୁ ଆଜି ଆଉ ୨୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୁଧବାର ଚିହ୍ନଟ ହୋଇଥିବା ୨୫୧ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୩୧୬ରେ ପହଞ୍ଚିଛି। ଆଜି ଚିହ୍ନଟ ୨୫୧ ପଜିଟିଭ୍ ମଧ୍ୟରୁ ୨୦୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଏବଂ ୪୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।