Fri. Mar 6th, 2026

କଟକ ବିରିବାଟିରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

306 Views

ଭୁବନେଶ୍ବର: କଟକ ବିରିବାଟିଠାରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହେବା ସହ ବଜ୍ରକାପ୍ତା ଚୋରା ଚାଲାଣରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବଜ୍ରକାପ୍ତା ଜବତ କରିବା ସହ ଜଣଙ୍କୁ ଗିରଫ କରି କ୍ରାଇମ୍‌ ବ୍ରାଞ୍ଚ୍‌ର ଏସ୍‌ଟିଏଫ୍‌ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।

ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଏସ୍‌ଟିଏଫ୍‌ ଟିମ୍ କଟକ କନ୍ଦରପୁରର ବିରିବାଟି କେନାଲ୍‌ ରୋଡ୍‌ରେ‌ ଚଢ଼ାଉ କରି ଏହି ବଜ୍ରକାପ୍ତାକୁ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଗତ୍‌ସିଂହପୁର ଜିଲ୍ଲାର ଢିଅସାହି ଗୁମୁଟିପୁରର ସନ୍ତୋଷ କୁମାର ଦଳାଇ। ତାଙ୍କୁ ଗିରଫ ପରେ ଏସ୍‌ଡିଜେଏମ୍‌ କୋର୍ଟକୁ ଫରୱାର୍ଡ କରାଯାଇଛି।

ବଜ୍ରକାପ୍ତା ସହ ଏସ୍‌ଟିଏଫ୍‌ ଟିମ୍‌ ଅନ୍ୟ କେତେକ ଅପରାଧିକ ସାମଗ୍ରୀ ମଧ୍ୟ ଜବତ କରିଛି। ତେବେ ଉଦ୍ଧାର ହୋଇଥିବା ଜୀବନ୍ତ ବଜ୍ରକାପ୍ତାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ। ଏ ନେଇ ତଦନ୍ତ ଆରମ୍ଭ ହୋଇଛି।

By amfnews

Related Post