Wed. Dec 25th, 2024

କଟକ ଏସଡିଜେଏମ କୋର୍ଟରେ ଅଭିନେତ୍ରୀ ବର୍ଷାଙ୍କ ପିଟିସନର ଆଜି ହୋଇପାରେ ଶୁଣାଣି

By amfnews Sep 7, 2020 #Featured
151 Views

ଭୁବନେଶ୍ୱର, ସେପ୍ଟେମ୍ବର ୦୭ : କେନ୍ଦ୍ରାପଡ଼ା ସାସଂଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ପାରିବାରିକ ହିଂସା ମାମଲାରେ ଆଜି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନର ଶୁଣାଣି ହୋଇପାରେ । କଟକସ୍ଥିତ ଏସଡିଜେଏମ କୋର୍ଟରେ ଏହି ପିଟିସନର ଶୁଣାଣି ହୋଇପାରେ । ବର୍ଷା ନିଜର ସ୍ୱାମୀ ଅନୁଭବଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ବର୍ଷା ଫ୍ୟାମିଲି କୋର୍ଟରେ ମଧ୍ୟ ନ୍ୟାୟ ପାଇଁ ପିଟିସନ ଦାଖଲ କରିଛନ୍ତି ।

ଏହା ପୂର୍ବରୁ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ବର୍ଷା ଲେଖିଥିଲେ ଯେ, ସତ କେବେ ଲୁଚି ରହିବ ନାହିଁ । ଭଗବାନଙ୍କ ପ୍ରତି ଭୟ ରହିବା ଉଚିତ । ଭୁଲ ଓ ମିଛ ଅଭିଯୋଗ ଆଣି ଜଣକୁ ବଦନାମ କରିବା ପୂର୍ବରୁ ଭଗବାନଙ୍କୁ ଡରିବା ଉଚିତ । ଭଗବାନଙ୍କ ଉପରେ ମୋର ପୂରା ବିଶ୍ୱାସ ରହିଛି । ଆଉନ ଉର୍ଦ୍ଧ୍ୱରେ କେହି ନୁହଁନ୍ତି ବୋଲି ସେ କହିଛନ୍ତି । ଏଭଳି କଠିନ ସମୟରେ ସମସ୍ତଙ୍କ ଆଶୀର୍ବାଦ ଚାହୁଁଛି । ନିରବତା ମଧ୍ୟ ଭାଙ୍ଗିବାକୁ ଉଦ୍ୟମ କରୁଛି ।

By amfnews

Related Post