Sun. Mar 8th, 2026

କଟକରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ୨୪ ଘଣ୍ଟା ନ ପୁରୁଣୁ ଡବଲ ମର୍ଡର

218 Views

କଟକ  : କଟକ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ୨୪ ଘଣ୍ଟା ମଧ୍ୟରେ କଟକରେ ୨ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ଗତ କାଲି ରାଣୀହାଟ ପଟ ତାଳଦଣ୍ଡା କେନାଲ ରାସ୍ତାକଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି OMP ବ୍ରିଜ ତଳୁ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି। ସେହିପରି ରାଣୀହାଟ ପଟ  ମେଡିକାଲ ରାସ୍ତାରୁ  ପୁଣି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି।  OMP ବ୍ରିଜ ତଳୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ମୃତକଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଯୁବକ ଜଣଙ୍କ ଦିନ ମଜୁରିଆ ହୋଇଥିବା ସୂଚନା ମିଳିଛି ।

ସେହିପରି ଆଜି ଭୋରରୁ ମଙ୍ଗଳାବାଗ ଥାନା  ଅନ୍ତର୍ଗତ ରାଣୀହାଟ ପଟ ମେଡିକାଲ ରାସ୍ତାରେ ରକ୍ତ ଜୁଡୁବୁଡ ଅବସ୍ଥାରେ ପଡ଼ି ଜଣେ ବ୍ୟକ୍ତି ଛଟପଟ ହେଉଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ମେଡିକାଲ ଫାଣ୍ଡିକୁ ଖବର ଦେଇଥିଲେ ବି ପୋଲିସ ପହଞ୍ଚି ନ ଥିଲା। ଖବର ପାଇ କିଛି ମେଡିକାଲ ବ୍ୟାଟେରୀ ଗାଡି ଚାଳକ ପହଞ୍ଚି ତାଙ୍କୁ ଉଦ୍ଧାର କରି ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି । ବ୍ୟକ୍ତି ଜଣକ  ଜରି ଗୋଟାଳି ବୋଲି ଅନୁମାନ କରାଯାଉଥିବା ବେଳେ ତାଙ୍କ ବେକ ଓ ମୁଣ୍ଡର ତିନି ଜାଗାରେ ଗଭୀର ଚୋଟ ଚିହ୍ନ ରହିଛି।

ଗୋଟିଏ ଦିନରେ ୩ଟି ଏପରି ଘଟଣା ସାମନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳବାସୀ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି।  ୨୪ ଘଣ୍ଟା ଭିତରେ ଜଣଙ୍କୁ ହତ୍ୟା ଓ ଜଣଙ୍କୁ ହତ୍ୟା ଉଦ୍ୟମ ପରେ ସହରରେ ଆଇନଶୃଙ୍ଖଳା ପରିସ୍ଥିତି କିପରି ରହିଛି, ତାହା ସହଜେ ଅନୁମେୟ। ସାଧାରଣ ଲୋକଙ୍କ ଉପରେ ଏପରି ଆକ୍ରମଣ ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।  ଜଣଙ୍କୁ ହତ୍ୟା ଏବଂ ଆଉ ଜଣଙ୍କୁ ହତ୍ୟା ଉଦ୍ୟମ ।

By amfnews

Related Post