Wed. Dec 25th, 2024

କଟକଣା ଜାରି କଲେ ଜିଲ୍ଲପାଳ,ଆଜିଠୁ ୩୧ ଯାଏଁ ପୁରୀ ଯାଇପାରିବେନି ବାହାର ଜିଲ୍ଲାର ଲେକେ

By amfnews Jul 5, 2020 #Featured
165 Views

ଭୁବନେଶ୍ୱର, ଜୁଲାଇ ୦୫: ବାହାର ଜିଲ୍ଲାର ଲୋକଙ୍କ ପାଇଁ ପୁରୀ ଜିଲ୍ଲାକୁ ଆଜିଠାରୁ ପ୍ରବେଶ ନିଷେଧ ହୋଇଛି । ଜିଲ୍ଲାପ୍ରଶାସନ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ ବଲୱନ୍ତ ସିଂହ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ରବିବାର (ଜୁଲାଇ ୫) ତାରିଖ ଠାରୁ ଆସନ୍ତା ୩୧ ତାରିଖ ଯାଏଁ ବାହାର ରାଜ୍ୟର ଲୋକେ ପୁରୀ ଆସିବାକୁ ମନା ।

ଜିଲ୍ଲାପାଳ ଶ୍ରୀ ସିଂହ କହିଛନ୍ତି, ଜୁଲାଇ ୩୧ ଯାଏଁ ବାହାର ଜିଲ୍ଲାର ଲୋକେ ପୁରୀ ନଆସନ୍ତୁ । ବାହାର ଲୋକେ ଅତ୍ୟାବଶ୍ୟକ ନଥିଲେ ଆସନ୍ତୁ ନାହିଁ । ଯଦି ପୁରୀ ଜିଲ୍ଲାକୁ ଆସୁଛନ୍ତି ତା’ହେଲେ ପରିଚୟପତ୍ର ଆଣି ଆସନ୍ତୁ । ପୁଲିସ ପକ୍ଷରୁ ପୁରୀକୁ ସଂଯୋଗ କରୁଥିବା ଭୁବନେଶ୍ୱର-ପୁରୀ ରାସ୍ତା, ଅସ୍ତରଙ୍ଗ-ପୁରୀ ଓ ଜଗନ୍ନାଥ ସଡ଼କରେ ନାକାବନ୍ଦୀ ଆରମ୍ଭ ହୋଇଯାଇଛି । ଅତ୍ୟାବଶ୍ୟକ ଥିବା ଲୋକଙ୍କୁ ପୁଲିସ ପୁରୀ ଯିବାକୁ ଅନୁମତି ଦେଉଛି । କରୋନା ଭାଇରସ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି ।

ଜିଲ୍ଳାପାଳ କହିଛନ୍ତି, କରୋନା ଭାଇରସ ପାଇଁ ଜିଲ୍ଲାପ୍ରଶାସନକୁ ଆହୁରି କିଛି ନୂତନ ପଦକ୍ଷେପ ନେବାକୁ ପଡ଼ିଛି । ରବିବାର ଠାରୁ ପୁରୀରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟତାମୂଳକ କରି ଦିଆଯାଇଛି । ନିୟମ ଭାଙ୍ଗିଲେ ସଂପୃକ୍ତ ବ୍ୟକ୍ତିଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ିବ । ସେହିଭଳି ଜରିମାନା ମଧ୍ୟ ଦେବାକୁ ପଡ଼ିବ ।

By amfnews

Related Post