Fri. Jan 24th, 2025

କଂଗ୍ରେସ ହେଉଛି ମାଓବାଦୀ ପାର୍ଟି- ସମ୍ବିତ ପାତ୍ର

By amfnews Sep 4, 2018 #Featured
208 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୪:

ମାନବାଧିକାର କାର୍ଯ୍ୟକର୍ତାଙ୍କୁ ନକ୍ସଲଙ୍କ ସହ ସମ୍ପର୍କ ଅଭିଯୋଗରେ ହୋଇଥିବା ଗିରଫ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ କଂଗ୍ରେସ । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ ମାଓବାଦୀ କଂଗ୍ରେସ ପାର୍ଟି ବୋଲି କହିଛନ୍ତି । କଂଗ୍ରେସ ଯେଉଁ ସମୟରେ ସରକାରରେ ଥିଲା ସେହି ସମୟରେ ମାଓବାଦୀଙ୍କ ସହ ଦୋମୁହାଁ ନୀତି ଅବଲମ୍ବନ କରିଥିଲା  । ମନମୋହନ ସିଂଙ୍କ ସମେତ କିଛି ବ୍ୟକ୍ତି ମାଓବାଦକୁ ଦେଶ ପାଇଁ ସବୁଠାରୁ ବଡ ବିପଦ ମାନୁଥିବା ବେଳେ ୟୁପିଏ ଗୃହମନ୍ତ୍ରୀଙ୍କ ମଧ୍ୟରୁ କିଛି ଜଣ ମାଓବାଦୀଙ୍କ ସହ ଉତମ ସମ୍ପର୍କ ରକ୍ଷା କରିଥିଲେ ।

ସମ୍ବିତ ଆହୁରି ମଧ୍ୟ କହିଛନ୍ତି କି, କଂଗ୍ରେସ ମାଓବାଦୀଙ୍କ ସହ ଛିଡା ହୋଇ ଦେଶ ପାଇଁ ବିପଦ ସୃଷ୍ଟି କରୁଛି । ରାଜନୀତି ପାଇଁ କଂଗ୍ରେସ ନେତା ବହୁତ ତଳକୁ ଖସି ଯାଉଛନ୍ତି । କଂଗ୍ରେସ ପାର୍ଟି ମାଓବାଦୀ କଂଗ୍ରେସ ପାର୍ଟି ଭଲି ବ୍ୟବହାର କରୁଥିବା ସହ ବିନାୟକ ସିଂଙ୍କୁ ୨୦୧୦ରେ ଦେଶଦ୍ରୋହ ମାମଲାରେ ଅପରାଧୀ ଘୋଷଣା କରିବା ସତ୍ୱେ କଂଗ୍ରେସ ତାଙ୍କୁ ନୀତି ଆୟୋଗରେ ନିୟୁକ୍ତ କରିଥିବା ସେ କହିଛନ୍ତି ।

ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶଙ୍କୁ ଟାର୍ଗଟ୍ କରିଛନ୍ତି ବିଜେପି ପ୍ରବକ୍ତା । କୋରେଗାଓଁ ହିଂସାରେ ଗିରଫ ହୋଇଥିବା ମାହେଶ ରାଓତଙ୍କ ମାମଲାରେ ରମେଶ ପୃଥ୍ୱୀରାଜ ଚୌହାନଙ୍କୁ ପତ୍ର ଲେଖିଥିଲେ । ସେ ଜଣେ ଭଲ ଲୋକ ହୋଇଥିବା ଜୟରାମ କହିଥିଲେ । କିନ୍ତୁ ମହେଶ ୭୬ଜଣ ସିଆରପିଏଫ ଯବାନଙ୍କ ହତ୍ୟା ଘଟଣାରେ ନକ୍ସଲଙ୍କ ସମର୍ଥନରେ ବାହାରିଥିବା ସମ୍ବିତ କହିଛନ୍ତି ।  ଏହା ସହ ୨୦୧୪ ଲୋକସଭାରେ କଂଗ୍ରେସ ଜାରି କରିଥିବା ପ୍ରତିବନ୍ଧକ ସଂଗଠନ ତାଲିକାରେ ବାରବର ରାଓଙ୍କ ସଙ୍ଗଠନର ନାମ ଥିଲା । କିନ୍ତୁ ବର୍ତମାନ କଂଗ୍ରେସ ଏହି ସଙ୍ଗଠନ ପାଇଁ ବାହାରି ମାଓବାଦୀଙ୍କ ସହ ଥିବା ପ୍ରମାଣିତ କରିଛି । ମାଓବାଦୀଙ୍କୁ ଫଣ୍ଡ ଯୋଗାଇବା ତାଲିକାରେ ଦିଗବିଜୟ ସିଂଙ୍କ ନାମ ରହିଛି ଯିଏ କି ରାହୁଲ ଗାନ୍ଧିଙ୍କ ଗୁରୁ ବୋଲି ସମ୍ବିତ ପାତ୍ର କହିଛନ୍ତି ।

By amfnews

Related Post