Fri. Mar 6th, 2026

କଂଗ୍ରେସ ମହିଳାଙ୍କୁ ସର୍ବଦା ପ୍ରାଧାନ୍ୟ ଦେଇଛି: ନିରଞ୍ଜନ

268 Views

ମହିଳା କଂଗ୍ରେସର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ଆଜି କଂଗ୍ରେସ ଭବନରେ ମହିଳା କଂଗ୍ରେସର ୩୫ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ ଯେ କଂଗ୍ରେସ ସର୍ବଦା ମହିଳାଙ୍କୁ ପ୍ରାଧାନ୍ୟ ଦେଇଆସିଛି। ଏହାର ଦୃଷ୍ଟାନ୍ତ ହେଉଛି କଂଗ୍ରେସ ଦଳର ପ୍ରଥମ ମହିଳା ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଛନ୍ତିି। ଆଗକୁ ଏହି ଧାରା ବଜାୟ ରହିବ ବୋଲି ସେ କହିଥିଲେ।

ପ୍ରଦେଶ ମହିଳା କଂଗ୍ରେସ କମିଟିର ଏକ କାର୍ଯ୍ୟକାରିଣୀ ବୈଠକ ମହିଳା କଂଗ୍ରେସ ସଭାପତି ସସ୍ମିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ନିଖିଳ ଭାରତ ମହିଳା କଂଗ୍ରେସ ପକ୍ଷରୁ ଉନ୍ମୋଚିତ ମହିଳା କଂଗ୍ରେସର ଦଳୀୟ ପତାକାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିିଆ, ଏଆଇସିସି ସଂପାଦକ ରୁଦ୍ର ରାଜୁ, ପିସିସି ଉପସଭାପତି ଅଧ୍ୟାପକ କୈଳାସ ଆଚାର୍ଯ୍ୟ ଓ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଯୋଗଦେଇ ତୃଣମୂଳ ସ୍ତରରେ ମହିଳା କଂଗ୍ରେସକୁ ସୁଦୃଢ଼ କରିବାକୁ ଆହ୍ଵାନ ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ସହିତ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମ ଅହେତୁକ ବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସ ପକ୍ଷରୁ ଚଳିତ ସେପ୍ଟେମ୍ବର ଶେଷ ସପ୍ତାହରେ ଜିଲ୍ଲାଓ୍ଵାରୀ ମହିଳା ଆକ୍ରୋଶ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ମହିଳା କଂଗ୍ରେସ ଉପସଭାପତି ସୁୁଭାସିନୀ ମହାକୁଡ଼ ଧନ୍ୟବାଦ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାବିତ୍ରୀ ଚୌଧୁରୀ, ପ୍ରଣତୀ ମିଶ୍ର, ସ୍ୱାଧୀନବାଳା ଦାସ, ରଶ୍ମି ମହାପାତ୍ର, ବିନୋଦିନୀ ମହାନ୍ତି, ଜାନକୀ ମଲ୍ଲିକ, ଜୟଶ୍ରୀ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

By amfnews

Related Post