Sat. Mar 7th, 2026

କଂଗ୍ରେସ ପକ୍ଷରୁ ଅମ୍ରିତସର ଦୁର୍ଘଟଣାରେ ମୃତାହତଙ୍କ ଉଦ୍ଦେଶ୍ୟରେ ଶୋକସଭା

258 Views

ରାଉରକେଲା, ୨୧ା୧୦  : ଆଜି ସନ୍ଧ୍ୟାରେ ଜିଲା କଂଗ୍ରେସ କମିଟି ତରଫରୁ ଅମ୍ରିତସର ଠାରେ ଯେଉଁ ଭୟାବହ ଟ୍ରେନ୍ ଦୁର୍ଘଟଣା ଘଟିଲା ଏବଂ ସେଥିରେ ଶହ ଶହ ଲୋକ ଯେପରି ଭାବେ ମୃତ୍ୟୁବରଣ କଲେ ସେହି ଲୋକମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଶୋକସଭାରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି ।

ଏହି ଶୋକସଭାରେ ଜିଲା କଂଗ୍ରେସ ସଭାପତି ରବି ରାୟ ଅଧ୍ୟକ୍ଷତା କରିଥିଲେ । ଏଥିସହ ବର୍ଷିୟାନ ଚଳଚ୍ଚିତ୍ର ପ୍ରଯୋଜକ, ଶିକ୍ଷାବିତ୍ ତଥା ସମାଜସେବୀ ୰ଅମୀୟ ପଟ୍ଟନାୟକଙ୍କ ଅକାଳ ବିୟୋଗରେ ମଧ୍ୟ ଜିଲା କଂଗ୍ରେସ କମିଟି ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ସେ ଅତୀତରେ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ଅବଦାନ ରାଉରକେଲା ଅତୁଳନୀୟ । ଏଥିପାଇଁ ତାଙ୍କୁ ସହରବାସୀ କେବେ ଭୁଲିପାରିବେ ନାହିଁ ବୋଲି ଜିଲା ସଭାପତି ଶ୍ରୀ ରାୟ କହିଥିଲେ ।

ଆଜିର ଶୋକସଭାରେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ରାଜ୍ୟ କଂଗ୍ରେସ ସମ୍ପାଦକ ରଶ୍ମିରଞ୍ଜନ ପାଢୀ, ବରିଷ୍ଠ କଂଗ୍ରେସ ନେତା ଅଜିତ ସାମଲ, ବରିୟମ ସିଂ, ବାସୁ ବାନାର୍ଜୀ, ରାମପୁକାର ସିଂ, ରମେଶ ଗୁପ୍ତା, ଇଜାଜ ଅକତାର, ବ୍ଲକ୍ ସଭାପତି ଧୁସା ନାଏକ, ଗିରିଜା ମିଶ୍ର, ରଜନୀ ପାତ୍ର, ମନୁ ସାମଲ, ଆୟୁବ ଖାନ, ଫିରଦୋସ, ରଘୁ ଦାସ, ଯୁବ କଂଗ୍ରେସ ସଭାପତି ପ୍ରଦୀପ ବେହେରା, ସନ୍ଦୀପନ ମହାପାତ୍ର, ଆଶିଷ ଲାକରା, ଛାତ୍ରନେତା ହିତେଶ ଦେଉରୀ, ଧରମା ନାୟକ, ସୂର୍ଯ୍ୟ ପ୍ରସାଦ ପାତ୍ର, ସୁଶୀଲ ମହାନ୍ତ, ସୁନୀଲ ସିଂ ଓ ଭାସ୍କର ଖିଲାରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

By amfnews

Related Post