ରାଉରକେଲା, ୨୮ା୧୦ : ସୁନ୍ଦରଗଡ଼ ଜିଲ୍ଲା ବଲଣ୍ଡାସ୍ଥିତ କେଡ଼ିଆ କାର୍ବନ କାରଖାନା ଦ୍ୱାରା ନିର୍ଗତ ବିଷାକ୍ତ ବାୟୁ ଓ ଜଳ ଯୋଗୁ ଆଖପାଖ ଅଞ୍ଚଳବାସୀଙ୍କ ଜୀବନଜୀବିକା ପ୍ରବାଭିତ ହୋଇଛି । ଏନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀଙ୍କୁ ଯୁବ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଅଣଦେଖା କରାଯାଉଛି । ଏହାର ପ୍ରତିବାଦରେ ଶତାଧିକ ଗ୍ରାମବାସୀଙ୍କ ସମେତ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସୁନ୍ଦରଗଡ଼ ଜିଲ୍ଲା ପକ୍ଷରୁ ରାଉରକେଲା ପ୍ରଦୁଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଯୁବ ସଭାପତି ଅଜୟ ପାଇକରାୟଙ୍କ ଅଧ୍ୟକ୍ଷତାରେ ଯୁବ ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କେଡ଼ିଆ କାର୍ବନ ତଥା ସମଗ୍ର ଅଞ୍ଚଳର ଗଢ଼ି ଉଠିଥିବା ଶିଳ୍ପ କାରଖାନାର ଦୂଷିତ ଧୂଆଁ ପରିବେଶ ଉପରେ କୁପ୍ରଭାବ ପକାଇଥିବାକୁ ନେଇ ପ୍ରଦୂଷଣ ଅଧିକାରୀଙ୍କୁ ପ୍ରଶ୍ନ ପଚାରିଛନ୍ତି । ପରିବେଶ ଆଇନ ଖିଲାପକାରୀଙ୍କ ବିରୋଧରେ ବିଭାଗୀୟ ଅଧିକାରୀ ଓ ସରକାର କାର୍ଯ୍ୟନୁଷ୍ଠାନ ନନେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ବିରେନ ସେନାପତି, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ କୋଷାଧ୍ୟକ୍ଷ କୁଷ୍ଣ ଚନ୍ଦ୍ର ସାହୁ, ଝାରସୁଗୁଡ଼ା ସଭାପତି ମହେନ୍ଦ୍ର ମିଶ୍ର, ରାଜ୍ୟ କଂଗ୍ରେସ କମିଟିର ସଦସ୍ୟ ବାଦଲ ଶ୍ରୀଚନ୍ଦନ,ମୁଖପାତ୍ର କୈଳାସ ସାହୁ, ଆଶା ମିଞ୍ଜ, ମନସିଦ ଶର୍ମା, ଜେମସ ବାହାଲ, ସତ୍ୟବାଦୀ ବଢ଼ାଇ. ଗୋପି ମହାନ୍ତ, କେ. କିରଣ, ସୁଲିଆ ମିଞ୍ଜ, ସସ୍ମିତା କାଣ୍ଡେରାମ, ନନ୍ଦୀ ସାହା, ସଂଜୟ ମହାନ୍ତ, ସୁଧୀର ଲାକ୍ରା, ସୁଶୀଲ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।