Fri. May 23rd, 2025

କଂଗ୍ରେସର ତାଲିମ ଶିବିର: ମୋ ବୁଥ ମୋ ଗୌରବ

By amfnews Sep 12, 2018 #Featured
204 Views

କୋରାପୁଟ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ରାମଚନ୍ଦ୍ର କାଡ଼ାମ ଙ୍କ ଅଧ୍ୟକ୍ଷତା ରେ ମୋ ବୁଥ ମୋ ଗୌରବ ଏବଂ କଂଗ୍ରେସ ସଭାପତି ଶ୍ରୀ ରାହୁଲ ଗାନ୍ଧୀ ଜୀ ଙ୍କ ମାନସ ପ୍ରକଳ୍ପ “ଶକ୍ତି” ସମ୍ପର୍କରେ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ସମସ୍ତ ଜୋନ କଂଗ୍ରେସ କର୍ମକର୍ତା ଓ କର୍ମୀ ମାନଙ୍କ ପ୍ରଶିକ୍ଷଣ ଶିବିର ସେମିଳିଗୁଡା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଗମୀଦିନରେ ୫ ଲୋକ ସଭା ଓ ୧ ରାଜ୍ୟ ସଭା ଆସନକୁ ନଜରରେ ରଖି ଯୋଜନା ଚଳାଉଛି କଂଗ୍ରେସସ ପାର୍ଟି|
ଏଥିରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ଶ୍ରୀମତୀ ମୀନାକ୍ଷୀ ବାହିନୀପତି।ମୁଖ୍ୟ ଅତିଥି ରୂପେ ଯୋଗଦାନକରି ପୂର୍ବପରି କୋରାପୁଟର କଂଗ୍ରେସ ଗଡକୁ ଅକ୍ଷୁର୍ଣ୍ଣ ରଖିବା ସହ ଆଗାମୀ ନିର୍ବାଚନରେ ସମସ୍ତ ପାଞ୍ଚଟି ନିର୍ବାଚନମଣ୍ଡଳୀରେ କଂଗ୍ରେସ ବିଧାୟକ ନିର୍ବାଚିତ କରାଇବାପାଇଁ କାର୍ଯ୍ୟ କରିବା ପାଇଁ କର୍ମୀମାନେ ପରିଶ୍ରମ କରିବାକୁ ହେବ ବୋଲି କହିଛନ୍ତି।ଏହି କାର୍ଯ୍ୟକ୍ରମ ରେ ନବ ମୋନାନୀତ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଶ୍ରୀ ଶଶୀ ଭୂଷଣ ପାତ୍ର ଶ୍ରୀ ଦୁର୍ଗା ଶଙ୍କର ସାହୁ ଏବଂ ଶ୍ରୀ ମଣୀ ପଟନାୟକ ଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ଏଥିରେ ପୂର୍ବତନ ବିଧାୟିକା ଶ୍ରୀମତୀ ଚନ୍ଦ୍ରମା ସାନ୍ତା ଙ୍କ ସମେତ ନିର୍ବାଚନ ମଣ୍ଡଳୀ ର କୋଣ ଅନୁକୋଣରୁ କର୍ମୀମାନେ ବିପୁଳ ସଂଖ୍ୟା ରେ ଯୋଗ ଦେଇଥିଲେ।

By amfnews

Related Post