Tue. Jun 17th, 2025

କଂଗ୍ରେସରେ ବଢ଼ୁଛି ମୋଦିଙ୍କ ଫ୍ୟାନ୍! ଏବେ ଶଶୀ ଥରୁର କଲେ ପ୍ରଶଂସା

By amfnews Aug 24, 2019 #Featured
175 Views

ନୂଆଦିଲ୍ଲୀ  : ମୋଦି ସରକାର ଉଦ୍ଦେଶ୍ୟ ମୂଳକ ଭାବରେ କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କୁ ଜେଲ୍ ପଠାଇଛି। ଗୋଟିଏ ପଟେ କଂଗ୍ରେସ ନେତା ଏଭଳି ମନ୍ତବ୍ୟ ରଖୁଥିବା ବେଳେ ଅନ୍ୟପଟେ ଦଳର କିଛି ବରିଷ୍ଠ ନେତା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

କଂଗ୍ରେସ ନେତା ଜୟରାମ ରମେଶ ଓ ଅଭିଷେକ ମନୁ ସିଙ୍ଘଭିଙ୍କ ପରେ କଂଗ୍ରେସର ଆଉ ଜଣେ ପ୍ରମୁଖ ନେତା ଶଶି ଥରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଯଦି ଭଲ କାମ କରିବେ ସେ ପ୍ରଶଂସାର ହକ୍ ଦାର। ଯଦି ଭୁଲ୍ କରନ୍ତି ତାହେଲେ ସମାଲୋଚନା କରିବା ଉଚିତ୍। ବିରୋଧୀ ଦଳର ଯେଉଁ ନେତାମାନେ ପ୍ରଧାନମନ୍ତ୍ରୀଙ୍କ କିଛି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ତାଙ୍କୁ ସେ ସ୍ୱାଗତ କରୁଛନ୍ତି ବୋଲି ଥରୁର କହିଛନ୍ତି। ପୂର୍ବୁର ସେ ମୋଦିଙ୍କୁ ପ୍ରଶଂସା କରି ସମାଲୋଚନାରେ ଶିକାର ହୋଇଥିଲେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଏକ ପୁସ୍ତକ ଉନ୍ମୋଚନ ଅବସରରେ ଜୟରାମ ରମେଶ କହିଥିଲେ ୨୦୧୪ରୁ ୨୦୧୯ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି କରିଥିବା ତାଙ୍କ କାମକୁ ଏବେ ବୁଝିବା ଉଚିତ୍। କାରଣ ସେଥିପାଇଁ ୩୦ ପ୍ରତିଶତ ଲୋକ ମୋଦିଙ୍କୁ ବିଶ୍ୱାସ କରି ଦ୍ୱିତୀୟ ଥର ପାଇଁ ବିଜୟୀ କରାଇଛନ୍ତି।

ସେହିପରି ସିଙ୍ଘବୀ ଶୁକ୍ରବାର କହିଥିଲେ ସବୁବେଳେ ମୋଦିଙ୍କୁ ଭୁଲ ବୋଲି ଚିତ୍ରିତ କରିବା ଠିକ୍ ନୁହେଁ। ବିରୋଧୀ ବାରମ୍ୱାର ମୋଦିଙ୍କୁ ଖଳନାୟକ ଚରିତ୍ରରେ ଚିତ୍ରିତ କରି ନିଜର କ୍ଷତି କରୁଛି ବୋଲି ସେ କହିଥିଲେ। କାମ ସବୁବେଳେ ଭଲ ନହେଲେ ଖରାପ ହେବ ଏଥିପାଇଁ କାମକୁ ମୂଲ୍ୟାଙ୍କନ କରିବା ଉଚିତ୍ ବ୍ୟକ୍ତିକୁ ନୁହେଁ ବୋଲି ସିଙ୍ଘବୀ କହିଥିଲେ। ଏଥିସହ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାକୁ ପ୍ରଶଂସା କରିଥିଲେ।

ଏହାପୂର୍ବରୁ ଏବେ ଆଇଏନଏକ୍ସ ମିଡିଆ ମାମଲାରେ ରିମାଣ୍ଡରେ ଥିବା କଂଗ୍ରେସ ନେତା ପି ଚିଦାମ୍ୱରମ ମଧ୍ୟ ମୋଦି ସ୍ୱାଧୀନତା ଦିବସ ଅବସରରେ ଦେଇଥିବା ଉଦବୋଧନର ତିନିଟି ପ୍ରସଙ୍ଗକୁ ପ୍ରଶଂସା କରିଥିଲେ।

ସେହିପରି ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି କଂଗ୍ରେସ ନେତା ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିବା ବେଳେ ଆଉ କିଛି ନେତା ପ୍ରଶଂସା କରିଥିଲେ।

By amfnews

Related Post