Sat. Mar 7th, 2026

ଓୟୁଡବ୍ଲ୍ୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଡିଏମଙ୍କୁ ସ୍ମାରକପତ୍ର ପ୍ରଦାନ

262 Views

 ରାଉରକେଲା, ୧୮/୭ : ଅର୍ଗାନାଇଜେସନ୍ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟ (ଓୟୁଡବ୍ଲ୍ୟୁଜେ) ପକ୍ଷରୁ ଜାତୀୟ ଅଧ୍ୟକ୍ଷ ଡଃ ପୀତବାସ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ରାଉରକେଲା ଏଡିଏମ ଶ୍ରୀମତୀ ମୋନିସା ବାନାର୍ଜୀଙ୍କୁ ସାକ୍ଷାତ କରି ସାମ୍ବାଦିକଙ୍କ ଅଧିକାର ସଂପର୍କରେ ଆଲୋଚନା କରିଛନ୍ତି । ସଂବିଧାନର ଧାରା ମୁତାବକ ଗଣମାଧ୍ୟମ ତା’ର ଅଧିକାର ସାବ୍ୟସ୍ତ କରୁଛି ।  ବିଭିନ୍ନ ସମୟରେ ସତ୍ୟ ଖବର ପରିବେଷଣ କରି ସାମ୍ବାଦିକମାନେ ଆକ୍ରୋଶ ଓ ଆକ୍ରମଣର ଶିକାର ହେଉଛନ୍ତି ।

ସାଧାରଣ ଲୋକଙ୍କ ପାଇଁ ଯେଉଁ ଆଇନ ରହିିଛି, ସେହି ମୁତାବକ ମାମଲା ଋଜୁ ହୋଇ ବିଚାର ହେଉଛି ।  ସାମ୍ବାଦିକଙ୍କ ସୁରକ୍ଷା ଦିଗରେ ଅଧିକ ଗୂୁରୁତ୍ୱ ପ୍ରଦାନର ଆବଶ୍ୟକତା ରହିଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଖବର ସଂଗ୍ରହରେ ମଧ୍ୟ ସାମ୍ବାଦିକଙ୍କୁ ବହୁ ଅସୁବିଧାର ସମ୍ମୂୁଖୀନ ହେବାକୁ ପଡୁଛି । ଏ ସମସ୍ତ ସତ୍ତେ୍ୱ ସାମ୍ବାଦିକମାନେ ଆବଶ୍ୟକ ସୁବିଧାସୁଯୋଗ ପାଉନାହାନ୍ତି  ।  ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କ ଉଦ୍ଦେଶ୍ୟରେ ଏଥିନେଇ ଏକ ସ୍ମାରକପତ୍ର ରାଉରକେଲା ଏଡିଏମଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି ।

ଉକ୍ତ ପତ୍ରରେ ଦର୍ଶାଯାଇଛି ଯେ, ନୂତନ କରି ପ୍ରଚଳିତ ସ୍ୱାସ୍ଥ୍ୟ ବୀମା ଯୋଜନା ମାଧ୍ୟରେ ରାଜ୍ୟର ସମସ୍ତ କର୍ମରତ ସାମ୍ବାଦିକମାନଙ୍କୁ ସୁବିଧା ପ୍ରଦାନ କରିବା, ୟୁନିଅନ୍ର ୨ ଜଣ ସଦସ୍ୟଙ୍କୁ ହାଇପାୱାର କମିଟି ଓ ଅନ୍ୟ ସରକାରୀ ବିଭାଗ କମିଟିରେ ସଦସ୍ୟ ରଖିବା, କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସରକାରୀ ସ୍ୱୀକୃତି ପ୍ରଦାନ କରିବା, ସେମାନଙ୍କୁ ଗୃହ ଯୋଗାଇ ଦେବା, ଯାତାୟାତ କ୍ଷେତ୍ରରେ ରିହାତି ସୁବିଧା ଦେବା, ପେନ୍ସନ୍ ପ୍ରଦାନ କରିବା ଓ ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।

ଏହି ପ୍ରତିନିଧି ମଣ୍ଡଳୀରେ ସାମ୍ବାଦିକ ବିବେକାନନ୍ଦ ଦାସ, ଦିଲୀପ ଶର୍ମା, ସୁନିଲ ଝା, ଜଟାଧାରୀ ମାଝୀ, ଚିତ୍ତ ରଂଜନ ବ୍ରହ୍ମା, ବିନୋଦ କୁମାର ରାୟ, ଗଦାଧର ସାହୁ, ବୈଦ୍ୟନାଥ ମିଶ୍ର, ଅମିୟ ପରିଡା, ସୁରମା ମିଶ୍ର, ଡିଲିରାଣୀ ବ୍ରହ୍ମା, ସନ୍ତୋଷ କୁମାର ଦାସ, ସୁଶାନ୍ତ କୁମାର ଦାସ, ବି. ଚୌହାନ, ରାକେଶ ସାହୁ, ମଳୟ ସାହୁ, ଦେବବ୍ରତ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।

Related Post