378 Views
ଗତ ନଭେମ୍ବର ୨୯ରେ ଆର୍ଜେଣ୍ଟିନା ୪-୩ ଗୋଲରେ ସ୍ପେନକୁ ପରାସ୍ତ କରିଥିବା ବେଳେ ଡିସେମ୍ବର ୩ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ରେ ବିଜୟୀ ହୋଇଥିଲା। ସେହିପରି ଫ୍ରାନ୍ସ ୨-୧ ଗୋଲରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିବା ବେଳେ ଡିସେମ୍ବର ୩ ମ୍ୟାଚରେ ସ୍ପେନ ସହିତ ୧-୧ ଗୋଲ କରିଥିଲା।
ଆଜି ସ୍ପେନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳା ଯାଇଥିଲା। ପୁଲ-ଏ ମ୍ୟାଚରେ ସ୍ପେନ୍ ଆରମ୍ଭରୁ ହିଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆକ୍ରମଣାତ୍ମକ ଖେଳିଥିଲା। ମାତ୍ର ୩ୟ ଓ ୪ର୍ଥ କ୍ୱାର୍ଟରରେ ନ୍ୟୁଜିଲାଣ୍ଡର ଖେଳାଳିମାନେ ସକ୍ରିୟ ହୋଇଥିଲେ। ଫଳରେ ଏହି ରୋମାଞ୍ଚକ ମ୍ୟାଚ୍ ୨-୨ ଗୋଲରେ ଡ୍ର ହୋଇଥିଲା।