Sun. Mar 8th, 2026

ଓଡ଼ିଶାର ୪ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ, ଅନ୍ୟ ୨୦ ଜଣ ପାଇବେ ପୁଲିସ ପଦକ

817 Views

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରାଜ୍ୟର ପୁଲିସମାନଙ୍କୁ ପୁଲିସ ପଦକ ପ୍ରଦାନ ପାଇଁ ନାମ ଘୋଷଣା କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇବେ ସରୋଜ କୁମାର ରଥ ଓ ଶିବରଞ୍ଜନ ମହାନ୍ତି( ଉଭୟ ଅତିରିକ୍ତ ଏସପି, ଇଓଡବ୍ଲ୍ୟୁ, ଭୁବନେଶ୍ୱର), ଏମ.ରାଧାକୃଷ୍ଣ( ଅତିରିକ୍ତ ଏସପି, ଭିଜିଲାନ୍ସ, କଟକ) ଓ ରମେଶ ଚନ୍ଦ୍ର ନାୟକ(ସବ୍‌ଇନସପକ୍ଟର, ଭିଜିଲାନ୍ସ,କଟକ)।

ସେହିପରି ଚଳିତ ବର୍ଷ ସାହସିକତା ପାଇଁ କେହି ରାଷ୍ଟ୍ରପତିଙ୍କ ପୁଲିସ ପଦକ ପାଇ ନ ଥିବା ବେଳେ ଓଡ଼ିଶାର ନିରଞ୍ଜନ ସାହୁ, ଉମେଶ କୁମାର ସିଂହ, ହରିବନ୍ଧୁ ତୀରମାନୀ,ଭୀଷ୍ମ କାରଓ୍ଵାନ, ସାମନ୍ତ ମାଝି, ଅଜୟ ବେହେରା, ଜ୍ୟୋତିକୁମାର କିରୋ, ସୌମ୍ୟରଞ୍ଜନ ଦାଶ, ଧନେଶ୍ୱର ମାଝି ଓ ଭକ୍ତପ୍ରିୟ ସାହୁ ମନୋନୀତ ହୋଇଛନ୍ତି।

ସେହିପରି ଉତ୍ତମ ସେବା ଲାଗି ପୁଲିସ ପଦକ ଲାଗି ଉଦୟ କୁମାର ରଥ, ମୋହନ ପଟେଲ, ଚନ୍ଦ୍ରଶେଖର ପାତ୍ର, ଟଙ୍କଧର ପ୍ରଧାନ, ବିଜୟ କୁମାର ସାହୁ, ରାଧାବିନୋଦ ପାଣିଗ୍ରାହୀ, ଉଦୟ ଭାନୁ ମିଶ୍ର, ବୃନ୍ଦାବନ ଘଡ଼େଇ, ରବୀନ୍ଦ୍ର କୁମାର ପଣ୍ଡା ଓ ମୋହିତ କୁମାର ମଲ୍ଲିକ ମନୋନୀତ ହୋଇଥିବା ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ପ୍ରକାଶ ପାଇଛି।

By amfnews

Related Post