235 Views
ଭୁବନେଶ୍ୱର, ନଭେମ୍ବର ୧୫ : ଓଲିଉଡରେ କାଷ୍ଟିଂ କାଉଚ । ଚଳଚିତ୍ରର ଅଡିଓ ରିଲିଜ ସମୟରେ ହାତାହାତି ହେଲେ ନିର୍ଦ୍ଦେଶକ ଏବଂ ନାୟିକା ।ଏପରି ଏକ ଘଟଣା ଘଟିଛି ଭୁବନେଶ୍ୱରର ଏକ ତାରକା ହୋଟେଲରେ ।
ଏକ ଓଡିଆ ଚଳଚ୍ଚିତ୍ର ତୁ ମୋ ସୁନା ଚଢେଇର ଅଡିଓ ରିଲିଜ କାର୍ଯ୍ୟକ୍ରମରେ ନାୟିକା ଏଲସା ନିର୍ଦ୍ଦେଶକ ଦୀଲିପ ପଣ୍ଡାଙ୍କ ବିରୋଧରେ କାଷ୍ଟିଂ କାଉଚ ଏବଂ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଏପରି କି ନିର୍ଦ୍ଦେଶକଙ୍କ ସାମ୍ନାରେ ଗଣମାଧ୍ୟରେ ବିଷେଦଗାର ମଧ୍ୟ କରିଥିଲେ । ଏହାକୁ ନେଇ ଉଭୟ ନାୟିକା ଏବଂ ନିର୍ଦ୍ଦେଶକ ହାତାହାତି ହୋଇଥିଲେ । କେହି କିଛି ବୁଝିବା ଆଗରୁ ଏଲସା ଜୋରରେ ପାଟି କରିଥିଲେ । ଯାହା ସେଠାରେ ଉପସ୍ଥିତ ଥିବା ଦର୍ଶକ ଏବଂ ଅନ୍ୟ ଅଭିନେତା ଏବଂ ଅଭିନେତ୍ରୀଙ୍କୁ କାବା କରିଥିଲା ।