Sat. Mar 7th, 2026

ଓଲଟି ପଡ଼ିଲା ୧୦୮ ଆମ୍ୱୁଲାନ୍ସ

160 Views

ସୁବର୍ଣ୍ଣପୁର : ସୋନପୁର-ବଲାଙ୍ଗିର ରାସ୍ତାର ଖାରୀ ନିକଟରେ ଏକ ୧୦୮ ଆମ୍ୱୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସଟି ରାସ୍ତା ତଳକୁ ଓଲଟି ପଡ଼ିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି।

ସୂଚନା ଅନୁଯାୟୀ, ଆମ୍ୱୁଲାନ୍ସଟି ଆଜି ସକାଳେ ରୋଗୀ ଆଣିବା ପାଇଁ ବୀରମହାରାଜପୁରରୁ ବଲାଙ୍ଗିର ଯାଉଥିଲା। ଏହି ସମୟରେ ଖାରୀ ନିକଟରେ କୁହୁଡ଼ି ଯୋଗୁ ରାସ୍ତା ଦେଖି ନପାରି ଆମ୍ୱୁଲାନ୍ସଟି  ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଆମ୍ୱୁଲାନ୍ସ ଡ୍ରାଇଭରଙ୍କ ସହିତ ଜଣେ ଫାର୍ମାସିଷ୍ଟ ଥିଲେ। ତେବେ ସେମାନେ ଆହତ ହୋଇ ନଥିବା ଜଣାପଡ଼ିଛି।

By amfnews

Related Post