Sat. Dec 28th, 2024

ଓମାନରେ ଫସି ରହିଥିବା ଶ୍ରମିକଙ୍କୁ ଫେରାଇ ଆଣିବାକୁ ଗଞ୍ଜାମ ଗଜପତି ବିକାଶ ପରିଷଦ ପକ୍ଷରୁ ବୈଦେଶିକ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

By amfnews Dec 17, 2018 #Featured
323 Views

ରାଉରକେଲା, ୧୭ା୧୨  : ଓମାନରେ ଫସି ରହିଥିବା ୧୯ ଜଣ ଓଡିଆଙ୍କୁ ଫେରାଇ ଆଣିବାକୁ ଗଞ୍ଜାମ ଗଜପତି ବିକାଶ ପରିଷଦ ପକ୍ଷରୁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନିକଟରେ ନିବେଦନ କରାଯାଇଛି । ଏହି ୧୯ ଜଣଙ୍କ ମଧ୍ୟରେ ଭୁବନେଶ୍ୱର, ବାଲେଶ୍ୱର ଓ ଗଞ୍ଜାମ ଜିଲାର ବାସୀନ୍ଦାମାନେ ରହିଛନ୍ତି । ଗତ ୨୦୧୭ ମସିହା ଜାନୁୟାରୀ ମାସଠାରୁ ଓମାନରେ ରହି ନିଜ ପରିବାରର ଭରଣପୋଷଣ ନିମନ୍ତେ ସେ ଠାରେ ଏକ କମ୍ପାନୀରେ କାର୍ଯ୍ୟ କରିଆସୁଥିଲେ ।

ମାତ୍ର ଉକ୍ତ କମ୍ପାନୀର ମାଲିକ ସମସ୍ତଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଯମଯନ୍ତ୍ରଣା ଦେଇଆସୁଥିଲେ ବୋଲି ଫସି ରହିଥିବା ଲୋକଙ୍କ ପରିବାର ପକ୍ଷରୁ କୁହାଯାଇଛି । ଏପରିକି ସେମାନେ କାମ କରିଥିଲେ ମଧ୍ୟ ସେମାନଙ୍କୁ କମ୍ପାନୀ ମାଲିକ ପ୍ରାପ୍ୟ ଦେଉନଥିବା ଅଭିଯୋଗ ହୋଇଛି । ସେଠାରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ଭିସାକୁ ମଧ୍ୟ କମ୍ପାନୀ ମାଲିକ ନିଜ କବ୍ଜାରେ ରଖିଛନ୍ତି । ଫଳରେ ଶ୍ରମିକମାନେ ନିଜ ଦେଶକୁ ଫେରି ଆସିବାରେ ସକ୍ଷମ ହୋଇପାରୁ ନାହାନ୍ତି । ଏଭଳି ଖବର ପାଇବା ପରେ ପରିଷଦ ସଭାପତି ହାଡିବନ୍ଧୁ ମହାପାତ୍ର ଓ ସାଧାରଣ ସମ୍ପାଦକ କମ୍ୟୁନିଷ୍ଟ ଗୌଡ ଉଭୟ ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସ୍ୱରାଜଙ୍କ ନିକଟରେ ଓମାନରେ ଫସି ରହିଥିବା ସମସ୍ତ ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

By amfnews

Related Post