Sat. Jan 4th, 2025

ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ନିଯୁକ୍ତି ମେଳା ୨୦୧୮-୧୯ ଏକ ପ୍ରହସନ – ଭାଜପା

By amfnews Dec 21, 2018 #Featured
182 Views

ରାଉରକେଲା, ୨୧ା୧୨  : ଓଡିଶା ସରକାରଙ୍କ ଦକ୍ଷତା ବୃଦ୍ଧି ପ୍ରାଧିକାରୀ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲା ନିୟୋଜନ କାର୍ଯ୍ୟାଳୟ ରାଉରକେଲା ଠାରେ ଆୟୋଜିତ ନିଯୁକ୍ତି ମେଳା-୨୦୧୮-୧୯ ଏକ ପ୍ରହସନରେ ପରିଣତ ହୋଇଛି ବୋଲି ଭାଜପା ତରଫରୁ କୁହାଯାଇଛି । ଭାଜପାର ଏକ ପ୍ରତିନିଧି ଦଳ ନିଯୁକ୍ତି ମେଳା ପରିଦର୍ଶନ କରିଥିଲେ ।

ସୁନ୍ଦରଗଡ ଏବଂ ଆଖପାଖ ଜିଲାମାନଙ୍କରେ ଥିବା କୌଣସି ମଧ୍ୟମ ଓ ବୃହତ ଶିଳ୍ପ ସଂସ୍ଥା ସେଠାରେ ଉପସ୍ଥିତ ଥିବା ଦେଖିବାକୁ ମିଳିନଥିଲା ବୋଲି ରାଜ୍ୟ ସମ୍ପାଦକ ଧିରେନ ସେନାପତି କହିଛନ୍ତି । କେବଳ କିଛି ନିଯୁକ୍ତି ଯୋଗାଣକାରୀ ସଂସ୍ଥା ସେଠାରେ ଉପସ୍ଥିତ ରହି ବେକାର ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ସୁନ୍ଦରଗଡ ଜିଲାରେ ଗଢି ଉଠିଥିବା ବିଭିନ୍ନ କଳକାରଖାନା, ଓସିଏଲ୍ କାରଖାନା ଓ ବର୍ତ୍ତମାନ ବିଭିନ୍ନ ଠିକା କାମରେ ନିୟୋଜିତ ଥିବା ଏଲ୍ଆଣ୍ଡଟି କମ୍ପାନୀକୁ ଏହି ମେଳାରେ ଦେଖିବାକୁ ମିଳିନଥିଲା ।

ତେଣୁ ବିଜେଡିର ୧୯ ବର୍ଷ ଶାସନ ପରେ ଏବଂ ନିର୍ବାଚନ ପୂର୍ବରୁ ଏଭଳି ନିଯୁକ୍ତି ମେଳାର ଆୟୋଜନ କରିବା କେବଳ ବେକାର ଯୁବକ-ଯୁବତୀଙ୍କୁ ଠକିବା ବ୍ୟତୀତ ଆଉ କିଛି ନୁହେଁ ବୋଲି ଭାଜପା ତରଫରୁ କୁହାଯାଇଛି ।

By amfnews

Related Post