Sat. Mar 7th, 2026

ଓଡିଶା ଏକାଦଶ ବନାମ ନ୍ୟୁ ସାଉଥ ୱେଲ୍ସ ଏକାଦଶ ହକି ମ୍ୟାଚ୍ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ଆସନ୍ତାକାଲି ଠାରୁ ସହରର ୪ଟି ପ୍ରମୁଖ ସ୍ଥାନରେ ଖୋଲିବ ପାସ୍ ବଣ୍ଟନ କେନ୍ଦ୍ର

215 Views

ରାଉରକେଲା, ୩୦ା୧୦  : ଆସନ୍ତା ନଭେମ୍ବର ମାସ ୪ ତାରିଖ ଦିନ ସ୍ଥାନୀୟ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ସ୍ତରର ହକି ପ୍ରଦର୍ଶନୀ ମ୍ୟାଚ୍ ଲାଗି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ôଚଥିବା ବେଳେ ଆସନ୍ତାକାଲି ଅର୍ଥାତ୍ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଉରକେଲା ସହରର ୪ଟି ପ୍ରମୁଖ ସ୍ଥାନରେ ପାସ୍ ବଣ୍ଟନ କେନ୍ଦ୍ର ଖୋଲାଯାଇ ପାସ୍ ବଣ୍ଟନ କରାଯିବ ବୋଲି ଜଣାପଡିଛି । ଏହି ପାସ୍ ବଣ୍ଟନ କେନ୍ଦ୍ର ଦିନ ୧୧ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ।

ଉଦିତନଗର ସିଟି ଅଡିଟୋରିୟମ, କୋଏଲ ନଗରରେ ଥିବା ଆର୍ଏମ୍ସି କଲ୍ୟାଣ ମଣ୍ଡପ, ସେକ୍ଟର-୫ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ଓ ଛେଣ୍ଡ ଭିଏସ୍ଏସ୍ ମାର୍କେଟରେ ଏହି ପାସ୍ ବଣ୍ଟନ ନିମନ୍ତେ କେନ୍ଦ୍ର ଖୋଲାଯିବ ବୋଲି ସୂଚନା ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ, ଏହି ଆନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନୀ ହକି ମ୍ୟାଚ୍ ନିମନ୍ତେ ଉଭୟ ଟିମ୍ ନଭେମ୍ବର ୩ ତାରିଖ ସକାଳ ୭ଟା ବେଳେ ଟ୍ରେନ୍ ଯୋଗେ ଆସି ରାଉରକେଲାରେ ପହଞ୍ôଚବେ । ସେଠାରେ ସେମାନଙ୍କୁ ପ୍ରଶାସନ ତଥା ବିଭିନ୍ନ କ୍ରୀଡା ସଙ୍ଗଠନମାନଙ୍କ ପକ୍ଷରୁ ସ୍ୱାଗତ କରାଯିବାର କାର୍ଯ୍ୟକ୍ରମ ରହିଛି । ପରେ ସେମାନେ ହୋଟେଲକୁ ଯାଇ ବିଶ୍ରାମ କରିବେ ଏବଂ ଅପରାହ୍ନ ପ୍ରାୟ ୨ଟା ବେଳେ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମକୁ ଯାଇ ସେଠାରେ ଅଭ୍ୟାସ କରିବେ ।

ଏଥିସହିତ ସେମାନେ ସେଲ୍ ହକି ଏକାଡେମୀ ଏବଂ ପାନପୋଷ ସ୍ପୋର୍ଟସ୍ ହଷ୍ଟେଲର ଅନ୍ତେବାସୀମାନଙ୍କୁ ହକି ସମ୍ବନ୍ଧୀୟ ବିଭିନ୍ନ ଟିପ୍ସ ଦେବେ । ପରେ ୪ ତାରିଖ ଦିନ ଅପରାହ୍ନ ପ୍ରାୟ ୩ଟା ବେଳେ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ଦେଖିବା ପାଇଁ ସୁନ୍ଦରଗଡ ଜିଲାର କୋଣ ଅନୁକୋଣରୁ ହଜାର ହଜାର ହକି ପ୍ରେମୀ ତଥା ଗ୍ରାମାଞ୍ଚଳ ହକି କ୍ଲବ୍ର ସଦସ୍ୟମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

By amfnews

Related Post