Mon. Dec 30th, 2024

ଓଡିଶା ଆସୁଛନ୍ତି ଶାହା

By amfnews Jan 29, 2019 #Featured
136 Views

ଭୁବନେଶ୍ୱର, ଜାନୁଆରୀ ୨୯ : ମୋଦୀଙ୍କ ପରେ ପରେ ଏବେ ଭାରତୀୟ ଜନତା ପାର୍ଟିର ହାଇକମାଣ୍ଡ ଅମିତ୍ ଶାହା ରାଜ୍ୟ ବିଜେପି କର୍ମୀଙ୍କୁ ଶିଖାଇବେ ନିର୍ବାଚନୀ ରଣନୀତି । ସେଥିପାଇଁ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା ଓଡ଼ିଶା ଆସୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାବାସୀଙ୍କ ପାଖରେ ପହଁଚିଥିବାବେଳେ ଶାହାଙ୍କ ଉପରେ ରହିଛି ପୂର୍ବର ଦାୟିତ୍ୱ । ଅମିତ ଶାହା ମଙ୍ଗଳବାର କଟକ ଜିଲ୍ଲା ସାଲେପୁରରେ ଜନତାଙ୍କୁ ଦେବେ ଉଦବୋଧନ ।

ପୂର୍ବାହ୍ନ ୯ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ହେଲିକପ୍ଟର ଯୋଗେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ କଟକ ସତ୍ୟଭାମାପୁର ଯିବେ । ସେଠାରୁ କଟକ ଜିଲ୍ଲା ସାଲେପୁରର କୁଳିଆ ଗ୍ରାମକୁ ଯାଇ ସେଠାରେ ଆୟୋଜିତ ଦଳୀୟ ସଭାରେ ଯୋଗ ଦେବେ । ସେଠାରେ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଯଥା କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁରର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କ ସହ ସାଙ୍ଗଠନିକ ସ୍ଥିତି ଏବଂ ଆଗାମୀ ନିର୍ବାଚନ ରଣନୀତି ସଂର୍ପକରେ ଆଲୋଚନା କରିବେ । ଏହାପରେ ଲୋକସଭା ଓ ବିଧାନସଭା ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କ ବୈଠକରେ ଯୋଗଦେବେ ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶାହା କୋଲକାତା ଗସ୍ତ କରିବେ ବୋଲି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ବିଜେପି ପ୍ରଭାରୀ ଶ୍ରୀ ଅରୁଣ ସିଂହ ସୂଚନା ଦେଇଛନ୍ତି ।

ପୂର୍ବରୁ ଜାନୁଆରୀ ୧୮ ତାରିଖ ଦିନ ଶ୍ରୀ ଶାହା ଓଡିଶା ଆସିବାର କାର୍ଯ୍ୟକ୍ରମ ଥିଲା । ଅଚାନକ ଦେହ ଅସୁସ୍ଥ ହେବା କାରଣରୁ ଶ୍ରୀ ଶାହାଙ୍କ ଗସ୍ତକୁ ବାତିଲ କରାଯାଇଥିଲା ।

By amfnews

Related Post