Sat. Nov 23rd, 2024

ଓଡିଶାକୁ ସମ୍ମାନ, ସ୍ଥପତି ରଘୁନାଥ ମହାପାତ୍ର ରାଜ୍ୟସଭାକୁ ମନୋନୀତ, ଅମିତ ଶାହାଙ୍କ ଫୋକସରେ ଓଡିଶା ! ପ୍ରଥମ ଓଡିଆ ଭାବେ ରାଜ୍ୟସଭାକୁ ମନୋନୀତ

By Manas Jul 14, 2018 #Featured
420 Views

ଭୁବନେଶ୍ବର, ୧୪ ଜୁଲାଇ  – ସ୍ଥପତି ରଘୁନାଥ ମହାପାତ୍ର ରାଜ୍ୟସଭାକୁ ମନୋନୀତ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ମନୋନୀତ କରିଛନ୍ତି । ପ୍ରଥମ ଓଡିଆ ଭାବେ ସେ ଏହିପରି ମନୋନୀତ ହେବାର ସୌଭାଗ୍ୟ ଲାଭ କରିଛନ୍ତି । ପୂର୍ବରୁ କୌଣସି ସରକାର ସମୟରେ ହୋଇନଥିବା ବେଳେ ବିଜେପି ସରକାର ସମୟରେ ଏପରି ଏକ ନିଷ୍ପତ୍ତି ନିଆଯାଇଛି ।

ଯାହାକି ଓଡିଶାକୁ ସମ୍ମାନ ବୋଲି ଏବେ ସାଧାରଣରେ ଆଲୋଚନା ହୋଇଛି । ଏପରି ଏକ ନିଷ୍ପତ୍ତିକୁ ନେଇ ଓଡିଶାରେ ଖୁସିର ଲହରୀ ଖେଳାଇ ଦେଇଛି । ସ୍ଥପତି ଶ୍ରୀ ମହାପାତ୍ରଙ୍କ ସହ ଆଉ ୩ ଜଣ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଶାସ୍ତ୍ରୀୟ ନୃତ୍ୟୁଶିଳ୍ପୀ ସୋନାଲ ମାନସିଂ, କୃଷକ ନେତା ରାମ ସର୍କଲ  ଓ ଲେଖକ ତଥା ସ୍ତମ୍ଭକାର ରାକେଶ ସିହ୍ନା ।

ଏଠାରେ ସୂଚନାଯୋଗ୍ୟ ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କ ଓଡିଶା ଗସ୍ତ ସମୟରେ ସ୍ଥପତି ରଘୁନାଥ ମହାପାତ୍ରଙ୍କୁ ସାକ୍ଷାତ କରିଥିଲେ । ଅମିତ ଶାହାଙ୍କ ସାକ୍ଷାତ ପରେ ତାଙ୍କୁ ଏହିପରି ଏହିପରି ଏକ ସମ୍ମାନଜନକ ପଦବୀ ମିଳିବାକୁ ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି । ଏପରିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଫୋକସରେ ଓଡିଶା ରହିଥିବା ହେତୁ ସେ ତାଙ୍କୁ ସାକ୍ଷାତ କରିଥିଲେ । ଶ୍ରୀ ମହାପାତ୍ରଙ୍କୁ ଶାହାଙ୍କ ସାକ୍ଷାତ ପରେ ପରେ ଏପରି ପଦବୀ ମିଳିବା ଏବେ ଚର୍ଚ୍ଚା ଓ ଆଲୋଚନାର ବିଷୟ ହୋଇଛି ।

By Manas

Related Post