Sat. Mar 7th, 2026

ଓଡିଆ ଜାତି ଅନେକ ବିପଦର ସାମ୍ନା କରିଛି, ମୋ ବିଶ୍ୱାସ ଆମେ କରୋନା ଲଢେଇରେ ମଧ୍ୟ ବିଜୟ ଲାଭ କରିବୁ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

316 Views

ଭୁବନେଶ୍ୱର, ଅଗଷ୍ଟ ୧୫ : ମହାମାରୀ କରୋନା କାଳରେ ଆଜି ସମଗ୍ର ଦେଶରେ 74 ତମ ସ୍ୱାଧୀନତା ଦିବସ ପାଳ କରାଯାଉଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଏହି ସମୟରେ ସେ ଓଡ଼ିଶାର ବୀରପୁତ୍ରଙ୍କୁ ମନେପକାଇବା ସହ ସମ୍ମାନ ଜଣାଇଛନ୍ତି। ଏଥିସହ ବୀର ଯବାନ ଓ ଶହୀଦ କରୋନା ଯୋଦ୍ଧାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଦେଶ ଓ ରାଜ୍ୟରେ ଜାରି ରହିଥିବା କରୋନା ସଙ୍କଟର ମୁକାବିଲା ପାଇଁ ସାହାସର ସହ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି। କରୋନା ମୁବାବିଲା ଲାଗି ବିଭିନ୍ନ ଜିଲାରେ କୋଭିଡ ହସ୍ପିଟାଲ ରହିଛି। ଏଥିସହ ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ପ୍ଲାଜମା ବ୍ୟାଙ୍କ ମଧ୍ୟ ଖୋଲାଯାଇଛି ବୋଲି ନବୀନ କହିଛନ୍ତି। ତେବେ ଅର୍ଥ ଅଭାବରୁ କେହି କରୋନା ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିଜ ସମ୍ବୋଧନରେ କହିଛନ୍ତି। କରୋନା ଯୋଦ୍ଧାଙ୍କ ସେବା ଅତୁଳନୀୟ, ସେମାନଙ୍କ ପାଇଁ ଦେଶରେ ମୃତ୍ୟୁହାର କମ୍‌ ରହିଛି। କେବଳ ଦେଶରେ ନହେଁ ସାରା ବିଶ୍ୱ ପାଇଁ ସଙ୍କଟ ଆଣିଛି କରୋନା।

ଏଥିପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥନୀତି, ପରିବହନ ଓ ପର୍ଯ୍ୟଟନ ପ୍ରଭାବିତ ହୋଇଛି। କରୋନା ପାଇଁ ବିଶ୍ୱର କୋଟି କୋଟି ଲୋକ ନିଜର ଜୀବିକା ହରାଇଛନ୍ତି। ଭାକ୍ସିନ ଆସିଲେ ଯାଇ କରୋନା ନିୟନ୍ତ୍ରଣ ହୋଇପାରିବ। ଖୁବ୍‌ଶୀଘ୍ର ଦେଶରୁ କରୋନା ମୁକ୍ତ ହେବ ବୋଲି ବିଶ୍ୱାସ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ଆହୁରି ମଧ୍ୟ କହିଛନ୍ତି ଓଡିଆ ଜାତି ଅନେକ ବିପଦର ସାମ୍ନା କରିଛି । ସାହାସର ସହ ମୁକାବିଲା କରି ନୂଆ ଇତିହାସ ଲେଖିଛି । ମୋର ପୂରା ବିଶ୍ୱାସ କରୋନା ଶୀଘ୍ର ଦୂର ହେବ । ସ୍କୁଲମାନଙ୍କରେ ପୁଣି ଥରେ ଘଣ୍ଟା ବାଜି ଉଠିବ ଏବଂ ମାନବ ଜାତିର ଜୟଜାତ୍ରା ଆହୁରି ଆଗକୁ ବଢିବ ।

By amfnews

Related Post