Sat. Mar 7th, 2026

ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ପ୍ରସଙ୍ଗ: ଆରିସା, ଛେନାପୋଡ଼, ରସାବଳୀ ପାଇଁ ଅଣ୍ଟା ଭିଡ଼ିଲେ

245 Views

ଭୁବନେଶ୍ବର  : ଓଡ଼ିଶା ରସଗୋଲା ପରେ ଆରିସା, ରସାବଳି, ଛେନାପୋଡ଼ ଓ କାକରା ଆଦି ମିଷ୍ଟାନ୍ନକୁ ବି ଜିଆଇ ମାନ୍ୟତା ମିଳବା ଆବଶ୍ୟକ ବୋଲି ବିଧାନସଭାରେ ଦାବି ହୋଇଛି। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ବିଧାୟକମାନେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସତର୍କ କରାଇ ଦେଇଥିଲେ, ଆଉ କେହି ହକ୍ ଛଡ଼ାଇନେବା ପୂର୍ବରୁ ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେବା ଉଚିତ୍।

ଶୂନ୍ୟକାଳରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଏ ପ୍ରସଙ୍ଗ ଉଠାଇ କହିଥିଲେ, ବିଭିନ୍ନ ପୁରାଣରେ ରସଗୋଲା କଥା ରହିଛି। ଜଗନ୍ନାଥ ମଧ୍ୟ ତେଲମାରିବା ପାଇଁ ଲକ୍ଷ୍ମୀଙ୍କୁ ରସଗୋଲା ଦେଉଥିଲେ। ତା ସତ୍ତ୍ବେ ପଶ୍ଚିମବଙ୍ଗ ରସଗୋଲା ପାଇଁ ଆଗ ଦାବି କଲା। ଓଡ଼ିଶାର ପାରମ୍ପରିକ ଖାଦ୍ୟ ପ୍ରଣାଳୀର ଅନେକ ଐତିହ୍ୟ ରହିଛି। ଆମର ପୂର୍ବଜ ମାନେ ନୌବାଣିଜ୍ୟ କରୁଥିବା ସମୟରେ ଦକ୍ଷିଣ ପୂର୍ବ ଏସିଆ ଠାରୁ ଆରମ୍ଭ କରି ଭୂମଧ୍ୟସାଗର ଆଦି ଅଞ୍ଚଳକୁ ଯାଉଥିଲେ, ଯେଉଁଠି ଓଡ଼ିଶା ଖାଦ୍ୟର ଛାପ ରହିଛି । ବର୍ତ୍ତମାନ ଇଥିଓପିଆରେ ପରସା ଯାଉଥିବା ଖାଦ୍ୟ ସହିତ ଓଡ଼ିଶା ଖାଦ୍ୟ ପ୍ରଣାଳୀର ଅନେକ ସାମଞ୍ଜସ୍ୟ ରହିଛି। ଆମ ଖାଦ୍ୟପ୍ରଣାଳୀ ହେଉ କିମ୍ବା ମିଷ୍ଟାନ୍ନ ଗୁଡ଼ିକ ଉପରେ କେହି ନଜର ପକାଇବା ପୂର୍ବରୁ ଜିଆଇ ମାନ୍ୟତା ପାଇଁ ରାଜ୍ୟ ସରକାର ଆବଦେନ କରିବା ଉଚିତ। ବିେଶଷକରି ଆରିସା, ରସାବଳୀ ଆଦି ପାଇଁ ପଦକ୍ଷେପ ନେବା ଉଚିତ୍।

ବିଧାୟକ ପ୍ରଫୁଲ୍ଲ ସାମଲ କହିଥଲେ, ୨୦୧୮ ମସିହା େଫବ୍ରୁଆରି ୨୨ ତାରିଖରେ ଏମଏସଏମଇ ଏହା ଉପରେ ପଦକ୍ଷେପ ନେଇଥିଲେ। ଏଥିରେ ନ୍ୟାୟ ମିଳିଛି। କାକରା, ଆରିସା ଆଦି ଦିଗରେ ତୁରନ୍ତ ପଦକ୍ଷେପ ନିଆଯାଉ। ଗୃହ ବାହାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଓଡ଼ିଶାର ପିଠା ଆରିସା, ମଣ୍ଡା, କାକରା ଆଦିକୁ ଜିଆଇ ମାନ୍ୟତା ମିଳିବା ଦରକାର । ରାଜ୍ୟ ସରକାର ତୁରନ୍ତ ଏଗୁଡ଼ିକର ଭୌଗଳିକ ମାନ୍ୟତା ଦାବି କରି କେନ୍ଦ୍ର ସରକାରଙ୍କୁ ଜଣାଇବା ଉଚିତ୍। ପରେ ମନ୍ତ୍ରୀ କହିଥିଲେ, ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିବାରୁ ଆମେ ଗର୍ବିତ। ଆରିସା, େଛନାପୋଡ, ରସାବଳୀ ଜିଆଇ ଟ୍ୟାଗ୍ ପାଇଁ ତଥ୍ୟ ସଂଗ୍ରହ ହେବ। ଏହା ପରେ ଆବେଦନ କରାଯିବ।

By amfnews

Related Post