Sat. Mar 7th, 2026

ଓଡ଼ିଶାର ବ୍ରାହ୍ମଣଙ୍କ ଆଶୀର୍ବାଦକୁ ନେଇ ପାକିସ୍ତାନରେ ବି ଜୋରଦାର ଚର୍ଚ୍ଚା !

199 Views

ଭୁବନେଶ୍ୱର  : ପଡୋଶୀ ଦେଶ ପାକିସ୍ତାନରେ ପହଁଚିଲା ଖୋର୍ଦ୍ଧା ବାଣପୁରର ନନାଙ୍କ ଆଶୀର୍ବାଦ ଦେବାର କଳା | ଖୋର୍ଦ୍ଧା ବାଣପୁରର ନନା ରାମଚନ୍ଦ୍ର ସାମନ୍ତରାୟଙ୍କ ଆଶୀର୍ବାଦ ଦେବାର ନୂଆ ତରିକାକୁ ନେଇ ପାକିସ୍ତାନରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି | କିଛି ପାକିସ୍ତାନବାସୀ ଏହାକୁ ବିରୋଧ କରିଥିବାବେଳେ କିଛି ସମର୍ଥନ ମଧ୍ୟ କରିଛନ୍ତି | ପ୍ରକୃତରେ ଜାତୀୟ ଗଣମାଧ୍ୟମ ନ୍ୟୁଜ ଏଜେନ୍ସି ପକ୍ଷରୁ ଦଶହରା ଅବସରରେ ନନାଙ୍କ ଗାଡି ପୂଜା ଓ ଆଶୀର୍ବାଦ ସମ୍ପର୍କିତ ଏକ ଭିଡିଓକୁ ପୋଷ୍ଟ କରାଯାଇଥିଲା |

ANI

@ANI

A temple priest gives blessings to people by putting his foot on their heads on (8th October), in Banpur area of Khordha,

ଯାହାକୁ ନେଇ ପାକିସ୍ତାନର କିଛି ଟ୍ୱିଟର ବ୍ୟବହାରକାରୀ ଏହି ଭିଡିଓକୁ ରି ଟ୍ୱିଟ କରିବା ସହ ପସନ୍ଦ ମଧ୍ୟ କରିଛନ୍ତି | ଏଠାରେ ସୂଚନା ଥାଉ କି ହାତ ବଦଳରେ ନିଜ ଯଜମାନଙ୍କ ମୁଣ୍ଡ ଓ ପିଠିରେ ଗୋଡ ରଖି ଆଶୀର୍ବାଦ ଦେଇଥିଲେ ରାମଚନ୍ଦ୍ର |

By amfnews

Related Post