Wed. Dec 25th, 2024

ଓଡ଼ିଆ ଆଇଏଏସଙ୍କର ସରିଲା ଦୂରଦର୍ଶନ ଡିଜି ଦାୟିତ୍ୱ

By amfnews Sep 29, 2019 #Featured
417 Views

ନୂଆଦିଲ୍ଲୀ  :  ଦୂରଦର୍ଶନର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱରେ ଥିବା ଓଡ଼ିଆ ଆଇଏଏସ ତଥା ତାମିଲନାଡୁ କ୍ୟାଡର ସୁପ୍ରିୟା ସାହୁଙ୍କର କାର୍ଯ୍ୟକାଳ ସରିଯାଇଛି | ୩ ବର୍ଷର କାର୍ଯ୍ୟକାଳ ଭିତରେ ସୁପ୍ରିୟା ଭାରତରେ ଡିଜିଟାଲ ଯୋଗାଯୋଗ ସହ ଘରେ ଘରେ ଦୂରଦର୍ଶନ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲେ | ତେବେ ସୁପ୍ରିୟା ଏବେ ତାମିଲନାଡୁ ଫେରିଯାଇଛନ୍ତି | ୫୦ ବର୍ଷୀୟା ଏହି ଆଇଏଏସ ଅଫିସରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁ ଗୁରୁତ୍ୱ ଦେଉଥିବାର ଚର୍ଚ୍ଚା ହୁଏ |

ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖେ ପହଞ୍ଚାଇବାକୁ ସୁପ୍ରିୟାଙ୍କର ଏକ ବଡ ଅବଦାନ ରହିଥିଲା | ଦୂରଦର୍ଶନର ଆୟ ବଢାଇବା ସହ ଲୋକଙ୍କ ପାଖେ ଦୂରଦର୍ଶନକୁ ଗ୍ରହଣୀୟ କରାଇବାକୁ ଚେଷ୍ଟାରେ ଥିଲେ ସୁପ୍ରିୟା |

ବିଶେଷ କରି ୬୦ ବର୍ଷରେ ଦୂରଦର୍ଶନକୁ ସମୟରେ ସ୍ୱତନ୍ତ୍ର ପୋଷ୍ଟାଲ ଷ୍ଟାମ୍ପ ହେଉ ବା ଜମ୍ମୁକାଶ୍ମୀରରେ ଡ଼ିଡ଼ି କାଶୀର ମାଧ୍ୟମରେ ଲୋକଙ୍କ ସମସ୍ୟାକୁ ସରକାର ଓ ଦର୍ଶକଙ୍କ ପାଖରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲେ | ଏହି ଅବସରରେ ସୁପ୍ରିୟା କହିଛନ୍ତି ଯେ ଦର୍ଶକଙ୍କ ସମର୍ଥନ ଓ ଦୂରଦର୍ଶନର କର୍ମଚାରୀଙ୍କର ସହଯୋଗ ତାଙ୍କୁ ବହୁ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଛି |

By amfnews

Related Post