Fri. Jan 10th, 2025

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଦେଇ ଚର୍ଚ୍ଚା

By amfnews Jan 16, 2019 #Featured
145 Views

ଭୁବନେଶ୍ୱର, ଜାନୁଆରୀ ୧୬: ଆଜି ହେବାକୁ ଥିବା ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓ ଟି ଇ ଟି) ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏପରିକି ଏହି ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ୍‌ ମିଡିଆରେ ଭାଇରାଲ ହେବାର ଲାଗିଛି। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ଆସିବା ପରେ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ନରାଶ୍ୟ ଦେଖାଦେଇଛି।

ଆଜି ଦୁଇଟି ସିଟିଂରେ ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ ପରୀକ୍ଷା ହେଉଛି। ପ୍ରଥମ ସିଟିଂ ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହୋଇଛି ଓ ଏହା ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ହେବ। ଏଥର ଦୁଇଟି ସିଟିଂରେ ୧ ଲକ୍ଷ ୧୨ ହଜାର ପିଲା ଓଟିଇଟି ପରୀକ୍ଷା ଦେଉଛନ୍ତିି। ତେବେ ଆଜି ସକାଳୁ ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟର ପ୍ରଶ୍ନପତ୍ର ଲିକ୍‌ ନେଇ ଚର୍ଚ୍ଚା ଜୋର ଧରିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଚର୍ଚ୍ଚାହେଉଥିବା ବେଳେ ପ୍ରଶ୍ନ ପତ୍ରର ସେଟ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାଯାଇଛି। ଆଜି ଓଟିଇଟିର ପ୍ରଥମ ସିଟିଂରେ ଶିକ୍ଷାଶାସ୍ତ୍ର ପରୀକ୍ଷା ଥିଲା । ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହାପରେ ପ୍ରଶ୍ନପତ୍ର ଲିକ୍‌ ହେବା ନେଇ ପ୍ରଶ୍ନ ଉଠିଛି ।ଏ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ କହିଛନ୍ତି ଯେ ଏମିତି କେତେ ପ୍ରକାର ଅଭିଯୋଗ ଆସୁଛି। ସେ ଅଭିଯୋଗର ସତ୍ୟାସତ୍ୟ କେତେ ସେ ନେଇ ଅନୁଧ୍ୟାନ ଚାଲିଛି । ତେବେ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନ ସହିତ ଏସବୁ ପ୍ରଶ୍ନର ମେଳ ଖାଉଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

By amfnews

Related Post