Fri. Mar 6th, 2026

ଓଏଫଡିସି ପରୀକ୍ଷା ବାତିଲ, ପରୀକ୍ଷା କେନ୍ଦ୍ର ସମୁଖରେ ଧାରଣା ଦେଲେ ପରୀକ୍ଷାର୍ଥୀ

350 Views

Khabar Odisha:OFDC-Exam-Canceled
ଭୁବନେଶ୍ୱର, ଅକ୍ଟୋବର ୨୮:ଆଜି ହେବାକୁ ଥିବା ଓଡିଶା ଫରେଷ୍ଟ ଡେଭେଲପମେଂଟ କର୍ପୋରେସନର(ଓଏଫଡିସି) ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଛି। ଯାହାଫଳରେ ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କୌଣସି ସୂଚନା ନ ଦେଇ ପରୀକ୍ଷା ବାତିଲ କରିଥିବାରୁ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରାୟ ୬୦୦ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଆଜି ଓଡିଶା ଫରେଷ୍ଟ ଡେଭେଲପମେଂଟ କର୍ପୋରେସନର ଜୁନିଅର ଓ ଆସିଷ୍ଟାଂଟ ମ୍ୟାନେଜର ପୋଷ୍ଟ ପାଇଁ ପ୍ରବେଶିକା ପରୀକ୍ଷା ହେବାର ଥିଲା । ରବିବାର ପୂର୍ବାହ୍ଣ ୧୦ଟା ସମୟରେ ରିପୋର୍ଟିଂ ଅନୁଯାୟୀ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ର ମଦର୍ସ ପବ୍ଲିକ ସ୍କୁଲରେ ପହଞ୍ଚିବା ପରେ ହଠାତ୍ ବିଭାଗୀୟ କର୍ତୃପକ୍ଷ ପରୀକ୍ଷାକୁ ବାତିଲ କରାଯିବା ନେଇ ଘୋଷଣା କରିଥିଲେ । ଏହା ପରେ ପରୀକ୍ଷାର୍ଥୀମାନେ ଏଥିରେ ଅସନ୍ତୋଷ ପ୍ରକାଶ କରି ସେଠାରେ ହୋ ହାହ୍ଲା କରିବା ସହ କର୍ତୃପକ୍ଷଙ୍କର ପରୀକ୍ଷା ପରିଚାଳନାରେ ତ୍ରୁଟି ରହିଥିବା ନେଇ ଅଭିଯୋଗ କରିଛନ୍ତି। ପରୀକ୍ଷାର୍ଥୀ ମାନେ ପାଇଥିବା ଆଡମିଟ କାର୍ଡରେ ରୋଲନମ୍ବର ଓ ନାମ ନ ଥିବା ସେମାନେ ଅଭିଯୋଗ ଆଣିଛନ୍ତି। ତେଣୁ ସେମାନେ ପରୀକ୍ଷା ଫିକୁ ଫେରସ୍ତ ପାଇଁ ଦାବି କରିଛନ୍ତି। ବର୍ତ୍ତମାନ ସେଠାରେ ପରୀକ୍ଷା ବାତିଲକୁ ନେଇ ଉତ୍ତେଜନା ଦେଖାଯାଇଥିବା ବେଳେ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ବର୍ଷାରେ ଓଦା ହୋଇ ଧାରଣାରେ ବସି ରହିଥିବା ଦେଖାଯାଇଛି।

ରାଜ୍ୟ ସରକାରଙ୍କ ଅଧୀନରେ ହେଉଥିବା ବିଭିନ୍ନ ବିଭାଗ ପରୀକ୍ଷାରେ ଅନିୟମିତତା ଦେଖାଦେଉଥିବାରୁ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚି ପରୀକ୍ଷାର୍ଥୀଙ୍କୁ ବୁଝାସୁଝା କରୁଛି।

By amfnews

Related Post