Sat. Mar 7th, 2026

ଏୟାର ଇଣ୍ଡିଆ କ୍ରିୟୁଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ମହିଳା ଆଇନଜୀବୀଙ୍କ ଆତ୍ମହତ୍ୟା, ଦୁଇ ସପ୍ତାହ ପୂର୍ବରୁ ଜେଲ୍‌ରୁ ମୁକୁଳିଥିଲେ

188 Views

ନୂଆଦିଲ୍ଲୀ: ଗତବର୍ଷ ନଭେମ୍ବରରେ ଏୟାର ଇଣ୍ଡିଆର କ୍ରିୟୁଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅନ୍ତର୍ଜାତୀୟ ମାନବ ଅଧିକାର ଆଇନଜୀବୀ ଆତ୍ମହତ୍ୟା କରିଥିବା ଗୁରୁବାର ସୂଚନା ମିଳିଛି। ଉକ୍ତ ମହିଳାଙ୍କ ମୃତଦେହ ଇଂଲଣ୍ଡସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ବିମାନ କ୍ର୍ୟୁ ସଦସ୍ୟଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିବା ଓ ତାଙ୍କ ଉପରେ ଛେପ ପକାଇବା ଅପରାଧରେ ୫୦ବର୍ଷୀୟ ସିମୋନ୍‌ ବନର୍ସଙ୍କୁ ଏପ୍ରିଲରେ ୬ମାସ ପାଇଁ ଜେଲ୍‌ ହୋଇଥିଲା। ସିମୋନ୍‌ ବନର୍ସଙ୍କ ମୃତଦେହ ଇଂଲଣ୍ଡସ୍ଥିତ ତାଙ୍କ ଘରୁ ମିଳିଛି। ଦୁଇ ସପ୍ତାହ ପୂର୍ବରୁ ସେ ଜେଲ୍‌ରୁ ମୁକୁଳି ଥିବା ଜଣାପଡ଼ିଛି। ସିମୋନ୍‌ ବନର୍ସଙ୍କ ମୁମ୍ବାଇରୁ ଲଣ୍ଡନ ଯାଉଥିବା ବିମାନର ଏୟାର ଇଣ୍ଡିଆ କ୍ରିୟୁଙ୍କ ସହିତ ବଚସା ହୋଇଥିଲା। ଏହି ବଚସାର କାରଣ ହେଉଛି ସେମାନେ ମହିଳାଙ୍କୁ ବିମାନରେ ମଦ ଦେବାକୁ ବାରଣ କରି ଦେଇଥିଲେ।

ତେବେ ଏହି ଘଟଣାର ଭିଡିଓ ସେହି ବିମାନରେ ବସିଥିବା ଜଣେ ଯାତ୍ରୀ ତାଙ୍କ ଫୋନ୍‌ରେ କ୍ୟାପଚର୍‌ କରି ନେଇଥିଲେ। ଏହାପରେ ଉକ୍ତ ମହିଳାଙ୍କୁ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା। ସିମୋନ୍‌ ବନର୍ସଙ୍କୁ ଏହି ମାମଲା ନେଇ ୬ମାସର ଜେଲଦଣ୍ଡାଦେଶ ହୋଇଥିଲା। ବାନର୍ସ ନିଜକୁ ଅନ୍ତର୍ଜାତୀୟ ମାନବ ଅଧିକାର ଆଇନଜୀବୀ ବୋଲି କହୁଥିଲେ।

By amfnews

Related Post