Sat. Mar 7th, 2026

ଏହି ସର୍ତ୍ତ ପୂରଣ ହେଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ପ୍ରସ୍ତୁତ ଜେଡିୟୁ

196 Views

ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ପୁନର୍ବାର ଦଳର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଗତକାଲି ନୂଆଦିଲ୍ଲୀରେ ହୋଇଥିବା ଦଳର ରାଷ୍ଟ୍ରୀୟ ପରିଷଦର ବୈଠକରେ ସର୍ବସମ୍ମତିକ୍ରମେ ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ନିର୍ବାଚିତ ହୋଇଛନ୍ତି। ନୀତିଶ କୁମାର ଆଗାମୀ ୨୦୨୨ ଯାଏଁ ଜେଡିୟୁ ଅଧ୍ୟକ୍ଷ ଦାୟିତ୍ବରେ ରହିବେ। ଏହି ବୈଠକରେ ଦଳର ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର, ଆର ପି ସିଂହ, ସଞ୍ଜୟ ଝା, ବଶିଷ୍ଠ ନାରାୟଣ ସିଂ ଏବଂ କେ ସି ତ୍ୟାଗୀଙ୍କ ସମେତ ସବୁ ବଡ଼ ବଡ଼ ପଦାଧିକାରୀମାନେ ସାମିଲ ହୋଇଥିଲେ।

Image result for k c tyagi

ଏହାପରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଜେଡିୟୁ ନେତା ତଥା ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ କେ ସି ତ୍ୟାଗୀ କହିଥିଲେ ଯେ ତାଙ୍କ ଦଳ କେନ୍ଦ୍ର କ୍ୟାବିନେଟରେ ସାମିଲ ହେବାକୁ ପ୍ରସ୍ତୁତ,କିନ୍ତୁ ପୂର୍ବ ସର୍ତ୍ତ ପୂରଣ ହେଲେ ତାହା ସମ୍ଭବ। ସେ କହିଛନ୍ତି ଯେ ଯଦି ଜେଡିୟୁର ସାଂସଦଙ୍କ ସଂଖ୍ୟା ଅନୁଯାୟୀ କେନ୍ଦ୍ର କ୍ୟାବିନେଟରେ ଜାଗା ମିଳେ ତେବେ ଜେଡିୟୁ ମନ୍ତ୍ରୀପଦ ଗ୍ରହଣ କରିବ।

ସୂଚନାଯୋଗ୍ୟ ଗତ ଲୋକସଭା ନିର୍ବାଚନପରେ ଜେଡିୟୁକୁ ଗୋଟିଏ ମନ୍ତ୍ରୀପଦ ମିଳିବାରୁ ତାକୁ ପ୍ରତ୍ୟାଖ୍ୟାନ କରିଥିଲା ଏବଂ କେନ୍ଦ୍ର କ୍ୟାବିନେଟରେ ସାମିଲ ନ ହେବାକୁ ଦଳ ନିଷ୍ପତ୍ତି ନେଇଥିଲା।

By amfnews

Related Post